Report Card Odisha

| Daily Odia News

ଚୌଦ୍ୱାର ଜେଲ ଗଲା ହାଇଦର, କାଲିଠାରୁ ୭ଦିନିଆ ରିମାଣ୍ଡ…..

????????????????????????????????????

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଗ୍ୟାଙ୍ଗଷ୍ଟାର ହାଇଦର କୁ ଚୌଦ୍ୱାର ଜେଲ ପଠାଯାଇଛି | କାଲିଠାରୁ ୭ଦିନ ରିମାଣ୍ଡରେ ଯିବ ହାଇଦର | କଟକ ସିଟି JMFC କୋର୍ଟ ଦେଲେ ୭ ଦିନ ରିମାଣ୍ଡ ପାଇଁ ଅନୁମତି | ହାଇଦରକୁ ରିମାଣ୍ଡରେ ନେବା ମଙ୍ଗଳାବାଗ ପୋଲିସ | ୧୦ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ | ହାଇଦର ଏସସିବିରୁ ଫେରାର୍ ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଏବେ ପୋଲିସ କୋର୍ଟ ଚାଲାଣ କରିଛି । ଅଟକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ମିଳିଛି । ହାଇଦର କିଭଳି ଏସସିବିରୁ ଫେରାର୍ ହେଲା, ଏଥିରେ କିଏ କିଏ ସମ୍ପୃକ୍ତ ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ-ଗତ ୧୦ ତାରିଖରେ ହାଇଦର ଏସସିବିର ସର୍ଜରୀ ୱାର୍ଡରୁ ଫେରାର୍ ହୋଇ ଯାଇଥିଲା । ହାଇଦର ଫେରାର୍ ପରେ ତାକୁ ଧରିବାକୁ ପୋଲିସ ସକ୍ରିୟ ହୋଇ ପଡ଼ିଥିଲା । ରାଜ୍ୟ ବାହାର ବିଭିନ୍ନ ସ୍ଥାନରେ କଟକ ପୋଲିସର ୬ଟି ଟିମ୍ ରେଡ୍ ଜାରି କରିଥିଲା । ଗୁରୁବାର ୧୫ ତାରିଖରେ ତେଲଙ୍ଗାନାରେ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ସ୍ଥାନୀୟ ପୋଲିସ ସହାୟତାରେ ହାଇଦରକୁ ଗିରଫ କରିବାରେ ସଫଳ ହୋଇଥିଲା କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ।

Breaking News