ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶାସକ ବିଜେପି ପକ୍ଷରୁ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିଜେପି ଉପବାଚସ୍ପତି ପାଇଁ ବିଧାୟକ ଶ୍ରୀ ଭୋଇଙ୍କ ନାମ ଘୋଷଣା କରିଛି। ବିଧାନସଭା ସଚିବଙ୍କ ପାଖରେ ଶ୍ରୀ ଭୋଇ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଭବାନୀ ଭୋଇ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଦୁଇଥର ବିଧାୟକ ହୋଇଥିବାରୁ ବିଧାନସଭା ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି।





More Stories
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….
ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ:ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ……