Report Card Odisha

| Daily Odia News

ଜୁନ ୨୩ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ପାର୍ଟିର ନୂତନ ଅଧ୍ୟକ୍ଷ ଚୟନ ନିମ‌ନ୍ତେ ଜୁନ୍‌ ୨୩ ତାରିଖରେ ମତଦାନ ଆୟୋଜନ କରାଯିବ ବୋଲି ଆଜି କଂଗ୍ରେସ ୱାର୍କିଙ୍ଗ୍‌ କମିଟି ନିଷ୍ପତ୍ତି ନେଇଛି। ନିକଟରେ ସରିଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମୀକ୍ଷା କରିବାକୁ ସୋମବାର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷ ପଦ ନିର୍ବାଚନ ନେଇ ସୂଚନା ଦେଇଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।କଂଗ୍ରେସର ଅନ୍ତରୀଣ ନିର୍ବାଚନ ବାବଦରେ ବୈଠକରେ ଘୋଷଣା କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଜୁନ ୨୩ରେ ମତଦାନ ହେବ । ଦଳର ସଙ୍ଗଠନ ମହାସଚିବ କେସି ବେଣୁଗୋପାଳ ଏନେଇ ଘୋଷଣା କରିଛନ୍ତି । ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ସମସ୍ତଙ୍କୁ ଧକ୍କା ଲାଗିଛି । ନିର୍ବାଚନ ପରିଣାମ ନୈରାଶ୍ୟଜନକ ଅଟେ । ଏହାସହ ସେ ପରାଜୟର ରିପୋର୍ଟ ଦେବାକୁ ସେ କହିଛନ୍ତି । ସୋନିଆ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ସର୍ବଦୈଳୀୟ ବୈଠକ ଡାକିବା ଆବଶ୍ୟକ । ଏହାସହ ସେ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କର୍ମୀଙ୍କୁ କହିଛନ୍ତି ।

Breaking News