Report Card Odisha

| Daily Odia News

ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ…..

ରିପୋର୍ଟ କାର୍ଡ / ପୁରୀ

ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସମୀକ୍ଷା ବୈଠକ। ପୁରୀ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଥର ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଚଳିତ ବର୍ଷ ମଧ୍ୟ ସ୍ଵାସ୍ଥ୍ୟ, ପରିମଳ ଓ ଟ୍ରାଫିକ୍ ଉପରେ ଫୋକସ୍ ରହିବ। ଖାସ କରି କର୍ଡନ ପାସ୍ ଉପରେ କଟକଣା ଲାଗିବ। ଗତବର୍ଷର ଅଘଟଣର ପୂନରାବୃତ୍ତି ନହେବାକୁ ଭିଡ଼ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଅନୁସାରେ ଗୋଟିଏ ବି ଅଧିକ କର୍ଡନ ପାସ୍ ଇସ୍ୟୁ ନ କରିବାକୁ କହିଛନ୍ତି। ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ପାସ୍ ଦିଆଯିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେବାୟତ ଓ କର୍ମଚାରୀଙ୍କୁ ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କରିବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି ଯେ, ପୁରୀ ରଥଯାତ୍ରା ଉପରେ ସାରା ବିଶ୍ବର ନଜର ରହିଛି। ରଥଯାତ୍ରା ସୁରୁଖୁରୁରେ ସାରିବା ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ବ। ସେବାୟତଙ୍କ ନିଷ୍ଠା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା କେବେ ହୋଇନି। ଏବର୍ଷ ବି କୌଣସି ଅସୁବିଧା ହେବନି ବୋଲି ମୁଁ ଆଶା କରୁଛି। ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କଲେ ରଥଯାତ୍ରା ତ୍ରୁଟିଶୂନ୍ୟ ହୋଇପାରିବ।ରଥଯାତ୍ରା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ପ୍ରାୟ ୧୫ ରୁ ୧୭ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଥିବା ବେଳେ ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି, ପହଣ୍ଡି, ରଥଟଣା, ଦର୍ଶନ, ଭକ୍ତଙ୍କ ସୁବିଧା, ସୁରକ୍ଷା ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି।

Breaking News