ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ସୀମାରେ ପୁଣି ଏନକାଉଣ୍ଟର । ସୁକୁମା ଜିଲ୍ଲା ଏରାବୋର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୬ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମାରେଡୁମେଲ୍ଲୀରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳ ୬ଟାରୁ ୭ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ଗୁଳି ବିନିମୟରେ ଜଣେ ଶୀର୍ଷ ମାଓନେତାଙ୍କ ସମେତ ୬ଜଣ ମାଓବାଦୀ ନିହତ ହୋଇଥିଲେ । ବର୍ତ୍ତମାନ ଏକ ବଡ କମ୍ବିଂ ଅପରେସନ ଚାଲିଥିବା ଡିଜିପି ହରିଶ କୁମାର ଗୁପ୍ତା ସୂଚନା ଦେଇଛନ୍ତି ।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..