Report Card Odisha

| Daily Odia News

ସ୍ପିନରଙ୍କ ଆଗରେ ମୁଣ୍ଡ ନୁଆଁଇଲା ଇଂଲଣ୍ଡ

ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବୋଲରଙ୍କ ଦବଦବା । ମାତ୍ର ୧୧୨ ରନରେ ଇଂଲଣ୍ଡକୁ ଅଲଆଉଟ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ପକ୍ଷରୁ କ୍ରାଉଲି ସର୍ବାଧିକ ୫୩ ରନ କରିଛନ୍ତି । ଭାରତ ପକ୍ଷରୁ ଅକ୍ଷର ପଟେଲଙ୍କୁ ୬ଟି ଓି୍ୱକେଟ ମିଳିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱନୀଙ୍କୁ ୩ଟି ଓ ଇଶାନ୍ତ ଶର୍ମାଙ୍କୁ ଗୋଟିଏ ୱିକେଟ ମିଳିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଇଂଲଣ୍ଡ । ଆଉ ପ୍ରଥମରୁ ହିଁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସିବଲି ପ୍ରଥମେ ଇଶାନ୍ତ ଶର୍ମାଙ୍କ ଶିକାର ହୋଇଥିଲେ । ପରେ ପଟେଲ ଓ ଅଶ୍ୱନୀ ୱିକେଟର ଝଡ ଲଗାଇ ଦେଇଥିଲେ । ଇଂଲଣ୍ଡର ୭ ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ନଥିବା ବେଳେ୨ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିନଥିଲେ । ଆଜି ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଛି । ବିଶ୍ୱର ବଡ ଷ୍ଟାଡିୟମରେ ମ୍ୟାଚ ହେଉଥିବା ବେଳେ ଏହି ମ୍ୟାଚଟି ଦିବାରାତ୍ର କରାଯାଇଛି ।

Breaking News