Report Card Odisha

| Daily Odia News

ଆଜି ଶ୍ଚିମବଙ୍ଗରରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ,ମତଦାନ ଜାରି…..

Voters wait in queue to cast their ballots during Phase 1 of Assam's legislative election in Koliabor, some 186 km from Guwahati on March 27, 2021. (Photo by DIBYANGSHU SARKAR / AFP)

ରିପୋର୍ଟ କାର୍ଡ / କୋଲକାତା

ଶ୍ଚିମବଙ୍ଗରରେ ଆଜି ଶେଷ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ । କରୋନା କଟକଣା ମଧ୍ୟରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ୩୫ଟି ଆସନରେ ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି ୮୪ ଲକ୍ଷ ୭୮ ହଜାର ଭୋଟର । ନିର୍ବାଚନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ସହ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାଗିଦ କରାଯାଇଛି । ଶେଷ ପର୍ଯ୍ୟାୟରେ ୪ଟି ଜିଲ୍ଲାର ୩୫ଟି ଆସନ ପାଇଁ ୮୪ ଲକ୍ଷ ଭୋଟର ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟର୍‌ମାନଙ୍କୁ ଭୋଟ୍‌ ଦେବା ନିମନ୍ତେ ଅନୁରୋଧ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଆଜି ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ଜନସାଧାରଣଙ୍କୁ ଅନୁରୋଧ କୋଭିଡ୍-୧୯ ନିୟମାନୁସାରେ ସେମାନେ ଭୋଟ୍‌ ଦେଇ ଗଣତନ୍ତ୍ରର ଏହି ଉତ୍ସବକୁ ସମୃଦ୍ଧ କରନ୍ତୁ। ନିର୍ବାଚନ ପରେ ଆଜି ସନ୍ଧ୍ୟା ୭ଟାରେ ଆସିବ ଏକଜିଟ୍ ପୋଲ | ମେ ୨ରେ ଗଣତି |

Breaking News