ରିପୋର୍ଟ କାର୍ଡ / ନୁଆଦିଲ୍ଲୀ
ଟିକା ବିଷୟରେ କୌଣସି ଭ୍ରାନ୍ତ ଧାରଣା ନ ରହିବା ଉଚିତ ଏବଂ ପ୍ରତ୍ୟେକ ଟିକା ସାର୍ବଜନୀନ ଟିକାକରଣ ଆବଶ୍ୟକ କରେନାହିଁ । କୋଭିଡ୍-୧୯ ଟିକାଗୁଡ଼ିକ ସମ୍ବନ୍ଧରେ ଥିବା ସମସ୍ତ ସନ୍ଦେହ ଓ ଭୟ ହ୍ରାସ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଆଜି ଲୋକସଭାର ପ୍ରଶ୍ନକାଳରେ କହିଛନ୍ତି। ‘ଏନ୍ସିପି’ ସାଂସଦ ସୁପ୍ରିୟା ସୁଲେଙ୍କର ଏକ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଉପରୋକ୍ତ କଥା କହିଛନ୍ତି। ସୁଲେ ପଚାରିଥିଲେ, ଦେଶରେ ଚାଲିଥିବା ଟିକାକରଣ ଅଭିଯାନ ବ୍ୟାପକ କରାଯିବାର ଅର୍ଥ ସରକାର କୋଭିଡ୍-୧୯ ଟିକାକରଣକୁ ସାର୍ବଜନୀନ କରିବାକୁ ଯାଉଛନ୍ତି ବୋଲି ଧରିନେବାକୁ ପଡ଼ିବ କି? ଏହାର ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ପ୍ରତ୍ୟେକ ଟିକା ସାର୍ବଜନୀନ ଟିକାକରଣ ଆବଶ୍ୟକ କରେନାହିଁ। ସମ୍ପ୍ରତି ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ ଏବଂ ୪୫ ରୁ ୫୯ ବର୍ଷ ବୟସ୍କ ବ୍ୟକ୍ତିବିଶେଷଙ୍କ (ପ୍ରାୟୋରିଟି ଗ୍ରୁପ୍) ନିମନ୍ତେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ ଆଗାମୀ ଦିନମାନଙ୍କରେ ଆହୁରି ସମ୍ପ୍ରସାରଣ କରାଯିବ। ବିଶେଷଜ୍ଞମାନଙ୍କ ପରାମର୍ଶ ଆଧାରରେ ଏହି କାର୍ଯ୍ୟକ୍ରମ ଚାଲିଛି। କେବଳ ଭାରତୀୟ ବିଶେଷଜ୍ଞ ନୁହନ୍ତି, ଆମେ ‘ପ୍ରାୟୋରିଟି ଗ୍ରୁପ୍’ଙ୍କ ନିମନ୍ତେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ଗାଇଡ୍ଲାଇନ୍ ମଧ୍ୟ ଅନୁସରଣ କରିଛୁ। ସେ ଆହୁରି ମଧ୍ୟ କହିଲେ ଯେ, ବିଜ୍ଞାନସମ୍ମତ ଦୃଷ୍ଟିରୁ ବିଚାର କଲେ, ଦେଶର ପ୍ରତ୍ୟେକ ଲୋକଙ୍କୁ ଟିକା ଦେବା ଅନାବଶ୍ୟକ। ବିଶ୍ୱର ପ୍ରତ୍ୟେକ ଲୋକଙ୍କୁ ମଧ୍ୟ ଟିକା ଦେବା ଅନାବଶ୍ୟକ। ପ୍ରାଧାନ୍ୟ ପ୍ରକ୍ରିୟା ହେଉଛି ଏକ ବଳିଷ୍ଠ ପ୍ରକ୍ରିୟା। ଭୂତାଣୁର ଆଚରଣ ମଧ୍ୟ ବଳିଷ୍ଠ। ବିଜ୍ଞାନସମ୍ମତ କାରଣ, ପରୀକ୍ଷାନିରୀକ୍ଷା ଓ ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ କଥା କରାଯାଉଛି। ସୂଚନାଯୋଗ୍ୟ, ସମ୍ପ୍ରତି ଭାରତରେ ୧୨ଟି ରୋଗ ବିରୋଧାରେ ମାଗଣା ଓ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି।






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……