Report Card Odisha

| Daily Odia News

ଜାଆଁଳା ଫାଣ୍ଡି :କାର୍‌ ଭିତରୁ ମହିଳାଙ୍କ କଙ୍କାଳ ମିଳିବାପରେ, ଏବେ ଆସିଲା ସ୍କେଚ୍…..‌

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜାଆଁଳା ଫାଣ୍ଡି ପରିସରରେ ଥିବା କାର୍‌ ଭିତରୁ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା । କମିଶନରେଟ୍ ପୋଲିସ ଜାରି କଲା ମହିଳାଙ୍କ ସ୍କେଚ୍‌ । ବେଙ୍ଗାଲୁରୁର ଏକ ଫୋରେନସିକ୍‌ ଲ୍ୟାବ୍‌ ପକ୍ଷରୁ ମହିଳାଙ୍କ ସ୍କେଚ୍‌ କରାଯାଇଛି । ଏହି ସ୍କେଚ୍‌ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ | ଯାହାକି ପୋଲିସ ଅଧିକ ତଥ୍ୟ ସଂଗ୍ରହ କରିପାରିବ ବୋଲି ଆଶା ବଢୁଛି | ଏହି କଙ୍କାଳ ଚିହ୍ନଟ ଲାଗି ସ୍କେଚ୍ ସମ୍ପର୍କରେ ଡିସିପି ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି | ମୃତ ମହିଳାଙ୍କ ବୟସ ୩୫ରୁ ୪୫ ବର୍ଷ ହେବ ବୋଲି ଡାକ୍ତର ଆକଳନ କରିଛନ୍ତି। ମହିଳାଙ୍କ ଉଚ୍ଚତା ୧୬୪ ସେ.ମି. ଓ ସେ ଯକ୍ଷ୍ମାରେ ଆକ୍ରାନ୍ତ ଥିଲେ। ଫେବୃଆରୀ ୧୨ରେ କଙ୍କାଳ ଠାବ କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ, କଙ୍କାଳ ଠାବ ହେବାର ୩ରୁ ୬ ମାସ ପୂର୍ବରୁ ମୃତ୍ୟୁ ହୋଇଥାଇପାରେ। ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ହୁଏତ ମୃତ୍ୟୁ ହୋଇଥାଇପାରେ। ସେତେବେଳେ କେହି ମହିଳା ନିଖୋଜ ଥିଲେ ଆମକୁ ଜଣାଇ ପାରିବେ। ମୃତ୍ୟୁ ଦେଢ଼ ମାସ ପୂର୍ବରୁ ମହିଳାଙ୍କ ଗୋଡ଼, ହାତ ହାଡ଼ରେ ଆଘାତ ଥିଲା। ନଖ ବି ଠିକ୍‌ ଭାବେ କଟା ଯାଇନଥିଲା। ଯାହା ଡାକ୍ତର ରିପୋର୍ଟ ଦେଇଛନ୍ତି। ମୁହଁରେ ଚର୍ମ ନ ଥିବାରୁ କେବଳ କଙ୍କାଳ ଦେଖି ସ୍କେଚ୍ କରା ଯାଇଛି। ତେଣୁ ସ୍କେଚ୍ ଶତ ପ୍ରତିଶତ ମ୍ୟାଚ୍ କରି ନପାରେ। କିନ୍ତୁ ସୁରାକ୍‌ ଦେଇପାରିବ। ମହିଳାଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ଏହି ସ୍କେଚ୍ ଲଗାଯିବ ବୋଲି ଜଣାପଡିଛି ।

 

 

Breaking News