ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମ୍ ମେସିନ୍ର ଯାଞ୍ଚ ପ୍ରକ୍ରିୟା । ଖବର ଅନୁଯାୟୀ, ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସୁରୁଖୁରୁରେ ମତଦାନ କରିବାକୁ ବୌଦ୍ଧ ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି । ସୋମବାର ବୌଦ୍ଧ ଜିଲ୍ଲା ଟାଉନହଲ୍ ଠାରେ ପୌର ନିର୍ବ।ଚନ ଅଧତ୍କାରୀ ଅବିନାଶ ପାଣ୍ଡିଆ ଙ୍କ ତତ୍ବାବଧାନରେ ପ୍ରଥମ ପର୍ଯ୍ୟାୟରେ ୪୫ଟି ଇଭିଏମ୍ ମେସିନର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛନ୍ତି । ସେହିପରି ଇଭିଏମ୍ ଯୋଗାଇଥିବା କମ୍ପାନୀର କର୍ମଚାରୀ ଏବଂ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ପ୍ରମୁଖ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଆଗାମୀ ପୌର ନିର୍ବ।ଚନକୁ ନିର୍ଭୁଲ ଭାବେ ପରିଚାଳିତ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ପୌର ଅଧତ୍କାରୀ କହିଛି । ସେପଟେ ଚେକିଂ ପରେ ଇ.ଭି.ଏମ୍ ବାକ୍ସ ଗୁଡିକୁ ପୋଲିସ୍ ର କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।
More Stories
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……
ବାର୍ଡ ଫ୍ଲୁ ! ମଲେଣି ୨୦ ହଜାର କୁକୁଡ଼ା…..