ରିପୋର୍ଟ କାର୍ଡ / ଭୁବନେଶ୍ଵର
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ରକ୍ତଭିଜା ସାର୍ଟକୁ ନେଇ ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱରର ଏକ ହସ୍ପିଟାଲରେ ସ୍ୱର୍ଗତ ନବ ଦାସଙ୍କ ସାର୍ଟକୁ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ନବ ଦାସଙ୍କ ସାର୍ଟ ପୋଡ଼ି ଦିଆଯାଇଥିବା ସୂଚନା ଦିଆଯାଇଛି। କୋଭିଡ ପ୍ରୋଟୋକଲ ଅନୁସାରେ ନବ ଦାସ ପିନ୍ଧିଥିବା ପ୍ୟାଣ୍ଟ ଓ ସାର୍ଟ ପୋଡ଼ି ଦିଆଯାଇଛି। ନବ ଦାସଙ୍କ ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ କୋର୍ଟରେ ଦାଖଲ କରାଯାଇଛି। କାହା ଅନୁମତିରେ ହସ୍ପିଟାଲ କର୍ତ୍ତୃପକ୍ଷ ନବ ଦାସଙ୍କ ସାର୍ଟ ପୋଡ଼ିଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କ ଧଳା ସାର୍ଟ ପ୍ରସଙ୍ଗରେ ଏହି ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଁ ହଳଦିଆ ସାର୍ଟ ଦାଖଲ କରିଥିଲି, କେମିତି ଧଳା ହେଲା ଜାଣିନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ସିବିଆଇ ତଦନ୍ତ କରି ସତ ସାମ୍ନାକୁ ଆଣନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି। ଗଣମାଧ୍ୟମରେ ଗଣ ଚର୍ଚ୍ଚା ହେଉଛି ଜାଣି ନାହିଁ। ଘଟଣାଦିନ ପିନ୍ଧିଥିବା ହଳଦିଆ ସାର୍ଟ ମୁଁ କ୍ରାଇମବ୍ରାଞ୍ଚକୁ ଦେଇଥିଲି। ସେ ବିଷୟରେ କ’ଣ ଲେଖାଯାଇଛି ତାହା କ୍ରାଇମବ୍ରାଞ୍ଚକୁ ହିଁ ପଚାରନ୍ତୁ। କ୍ରାଇମବ୍ରାଞ୍ଚ ସଠିକ ତଥ୍ୟ ଦେଇପାରିବ। କୋର୍ଟରେ ହଳଦିଆ ସାର୍ଟ ପିନ୍ଧିଥିବା କହିଥିବାବେଳେ ମୋଠାରୁ ହଳଦିଆ ସାର୍ଟ ଜବତ ହୋଇଛି। ତେଣୁ ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ତଦନ୍ତ କରାଯିବାକୁ ମୁଖ୍ୟମନ୍ତ୍ରୀ ମୋହଚନ ଚରଣ ମାଝୀଙ୍କୁ ନିବେଦନ କରୁଛି ବୋଲି ଶୁଭେନ୍ଦୁ କହିଛନ୍ତି।
Related Posts






More Stories
ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଗଣିବେ ୧୦ ହଜାର…..
ଗଠନ ହେବ ୨୪ ନୂଆ ଏନଏସି ଓ ୫ ପୌର ପରିଷଦ……
ପାଣ୍ଡିଆନ ଆମ ନେତା ନୁହନ୍ତି……