ରିପୋର୍ଟ କାର୍ଡ / ବିଶାଖାପାଟଣା
ଚିଟ୍ ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହେଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦ | ବିଶାଖାପାଟଣା ପଶ୍ଚିମ ଜୋନ୍ର ପୂର୍ବତନ ବିଧାୟକ ତଥା ୱାଇଏସ୍ଆର୍ସିପି ନେତାଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନୀ ନାଁରେ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ୨୦୧୯ ଚିଟ୍ଫଟ୍ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ବିଶାଖାପାଟନାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ଗିରଫ କରିଛି । ସୋମବାର କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବଂ ବିଶାଖାପାଟଣା ପୋଲିସ ମିଳିତ ଭାବେ ଭାଇଜାଗ ସ୍ଥିତ ଏମ୍ଭି ପ୍ରସାଦଙ୍କ ଘରେ ରେଡ୍ କରିଥିଲା । ଚଢ଼ଉ କରି ପ୍ରାୟ ୪୫ ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ପ୍ରଭୃତି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନୀ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ୨୦୦୧ରେ ଏହି କମ୍ପାନୀ ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲେ। ଏହି କମ୍ପାନୀ ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି।






More Stories
ଲୌହ ମାନବ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…..
ନିର୍ବାଚନୀ ଇସ୍ତାହାର ଘୋଷଣା କଲା ଏନଡିଏ…..
ଫେବୃଆରୀ ୧୭ରୁ ସିବିଏସ୍ଇ ପରୀକ୍ଷା…..