ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରତ୍ୟେକଟି ପିଲା ଙ୍କୁ ଉପଯୁକ୍ତ ଶିକ୍ଷା ଓ ରାସ୍ତା ଦେଖାଇପାରିଲେ ସେମାନେ ନିଶ୍ଚିତ ରୂପେ ସମାଜର ଆଗଧାଡିରେ ଚାଲିପାରିବେ । ସେମିତି ଏକ କୁନି ପ୍ରତିଭା ସାନଭି ପ୍ରଧାନ । ପ୍ରଥମ ଶ୍ରେଣୀରେ ପଢୁଥିବା ମାତ୍ର ୬ ବର୍ଷର ଛାତ୍ରୀ ସାନଭି ଉପଯୁକ୍ତ ମାର୍ଗଦର୍ଶନ ଦ୍ୱାରା ଗଳ୍ପଲିଖନ ଓ କଥନ, ରାଇମ୍, ନୃତ୍ୟ, ସଂଗୀତ, ସ୍ମରଣ ରଖି ଖେଳିବା, ହସ୍ତାକ୍ଷର, ଚିତ୍ରାଙ୍କନ, ଖାଇବା, ଗଣିତ ଓ ଚକ୍ଲେଟ୍ ଦୌଡ ସହ ଅନ୍ୟାନ୍ୟ ଖେଳକୁଦ ତଥା ମ୍ୟୁଜିକ୍ ଚେୟାର ଭଳି ୧୨ଟି ବିଭିନ୍ନ ବିଭାଗରେ ନିଜର ପ୍ରତିଭା ପ୍ରଦର୍ଶନ କରି ସାମଗ୍ରିକ ସଫଳତା ସହ ସମ୍ବର୍ଦ୍ଦିତ ହୋଇଛନ୍ତି । ସେ ପଢୁଥିବା ଶୈଳଶ୍ରୀବିହାର ସ୍ଥିତ ଅଗ୍ରଣୀ ମନଜୋତ୍ ପ୍ଲେ ସ୍କୁଲର ଅଷ୍ଟମ ବାର୍ଷିକ ଅବସରରେ ଅତିଥି ରୂପେ ଯୋଗଦେଇ ସ୍ଥାନୀୟ କର୍ପୋରେଟର ପ୍ରତିନନ୍ଦା ରାଉତରାୟ, ଶିକ୍ଷାବିତ୍ ତଥା ସମାଜସେବୀ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, କ୍ୟାନସର ନିରାକରଣ ଉପରେ କାର୍ଯ୍ୟରତ ସାମାଜିକ କର୍ମୀ ଲିଲି ଜେନାମଣି ଓ ବରିଷ୍ଠ ନାଗରିକ ଡ. ପୂର୍ଣ୍ଣଚନ୍ଦ୍ର ମହାନ୍ତି ଯୋଗଦେଇ ସାନଭିକୁ ଟ୍ରଫି ଓ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଦିତ କରିଥିଲେ । କ୍ରିଏଟିଭ୍ ଡିଜିଟାଲ ଆର୍ଟ ବିଭାଗରେ କାର୍ଯ୍ୟରତ ସାନଭିର ପିତା ସୌମ୍ୟ ରଞ୍ଜନ ପ୍ରଧାନ ଓ ମାତା ସୁନିତା ପ୍ରଧାନ ଏହି ସଫଳତାର ଶ୍ରେୟ ସାନଭିର ସ୍କୁଲ୍, ପରିବାର ଓ ଶୁଭେଚ୍ଛୁଙ୍କୁ ପ୍ରଦାନ କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..