ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଭରତପୁର ଅଞ୍ଚଳରେ ଅବକାରୀ କର୍ମଚାରୀଙ୍କୁ ମାଡ଼ ମରାଯ଼ାଇଥିବା ସୂଚନା ମିଳିଛି । ମଦ କାରବାର ଉପରେ ଚଢ଼ାଉ ପାଇଁ ଅବକାରୀ କର୍ମଚାରୀମାନେ ଯାଇଥିବା ବେଳେ ସେମାନଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କରାଯ଼ାଇଥିଲା । ଏହି ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ ୫ ଆହତ ହୋଇଥିବା ସୂଚନା ମିଳିଛି । ଏହା ସହିତ ଅବକାରୀ କର୍ମଚାରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯ଼ାଇଛି । କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅବକାରୀ କର୍ମଚାରୀ ଉଦ୍ଧାରଙ୍କୁ ଉଦ୍ଧାର କରାଯ଼ାଇଛି । ଏହି ଘଟଣାରେ ୨ ଜଣକୁ ଅଟକ ରଖାଯ଼ାଥିବା ନେଇ ସୂଚନା ମିଳିଛି ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..