Report Card Odisha

| Daily Odia News

ଖୁବଶୀଘ୍ର ଦେଶ ପାଇବ ଆଉ ଗୋଟିଏ ମେଡ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍,୩୦ କୋଟି ଡୋଜ୍ ଟିକା ଡିଲ୍ ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣକୁ ହରାଇବା ପାଇଁ ମୃତ୍ୟୁ ସଂଜୀବନୀ ସାଜିଛି ଟିକା | ଏହି ଟିକାକରଣ ଭିତରେ ଖୁବଶୀଘ୍ର ଦେଶ ପାଇବ ଆଉ ଗୋଟିଏ ମେଡ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍। ୩୦ କୋଟି ଡୋଜ୍ କରୋନା ଟିକା ପାଇଁ ହ୍ରାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା କମ୍ପାନୀ ବାୟୋଲୋଜିକାଲ୍-ଇ ସହିତ ଡିଲ୍ କରିଥନ୍ତି କେନ୍ଦ୍ର ସରକାର । ଏଥିପାଇଁ ଅଗ୍ରୀମ ଆକାରରେ ଦେବେ ୧୫ଶହ କୋଟି ଟଙ୍କା। ଏହି ଭ୍ୟାକସିନ୍ ଅଗଷ୍ଟରୁ ଡିସେମ୍ବର ଭିତରେ ବାୟୋଲୋଜିକାଲ୍-ଇ ଦ୍ୱାରା ପ୍ରସ୍ତୁତ କରି ସଂରକ୍ଷିତ ରଖାଯିବ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟିକା ଟ୍ରାଏଲରୁ ସୁଫଳ ମିଳିଛି । ଏହାପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରଖିଛି ବାୟୋଲୋଜିକାଲ୍-ଇ । ଆଗାମୀ କିଛି ମାସ ଭିତରେ ଏହି ଟିକା ଉପଲବ୍ଧ ହେବା ନେଇ ଆଶା କରାଯାଉଛି । ଏବେ ଦେଶରେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଓ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ବିକଶିତ କରୋନା ଟିକା କୋଭିସିଲ୍ଡ ଦିଆଯାଉଛି । ଯେତିକି ଟିକା ଉତ୍ପାଦନ ହେଉଛି ତାହା ନିଅଣ୍ଟ ହେଉଛି । ଏଯାଏ କୌଣସି ବିଦେଶୀ କମ୍ପାନୀର କୋଭିଡ୍ ଟିକା ଭାରତ ଆସିବା ନେଇ ଗ୍ରୀନ୍ ସିଗନାଲ୍ ବି ମିଳିନି । ଏଭଳି ପରିସ୍ଥିତିରେ ବାୟୋଲୋଜିକାଲ-ଇର କରୋନା ଟିକା ନୂଆ ଆଶା ସଞ୍ଚାର କରିଛି ।

Breaking News