ରିପୋର୍ଟ କାର୍ଡ / ବଲାଙ୍ଗିର
ମାଟି ତଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ କେନକେବା ବ୍ରିଜ ନିକଟ ଲାହାନ୍ତ ନଦୀ ପଠାରୁ ମୃତଦେହ ଠାବ କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳି ନାହିଁ। ଆଜି ସକାଳେ ସ୍ଥାନୀୟ ଲୋକେ ଶୌଚ ପାଇଁ ନଦୀକୁ ଯାଇଥିଲେ। ନଦୀ ପଠାରେ ମହିଳାଙ୍କ ଚୁଡ଼ି ଓ ଗୋଡ଼ ମୁଦି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ମାଟିତଳୁ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କରି ମାଟିପୋତି ଦେଲା ତାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।






More Stories
ଆକାଶମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ……
ଆଜିଠୁ ଖୋଲିଲା ଭିତରକନିକା…..
ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ….