ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଉତ୍ତରପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସା ରେ ଗତ ୨୮ ତାରିଖରେ ସନ୍ଦେହଜନକ ଗତିବିଧି ନେଇ ବିଶ୍ଵସ୍ତସୂତ୍ରରୁ ଖବର ପାଇବା ପରେ ଚଢାଉ କରିଥିଲା ପୋଲିସ । ଚଢାଉ ପରେ ପୋଲିସ କୁ ଏପରି ଏକ ତଥ୍ୟ ମିଳିଛି କି ସେଠାରେ ପାଠପଢା ଯିବା ବଦଳରେ ଛପାଯାଉଥିଲା କୋଟି କୋଟି ଟଙ୍କାର ଜାଲ ନୋଟ୍। ଏପରି କି ମଦ୍ରାସା ଭିତରୁ ଆରଏସଏସ୍ ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ମଧ୍ୟ ପ୍ରକାଶିତ ହେଉଥିବା ଜଣାପଡିଛି। ସବୁଠାରୁ ବଡ କଥା ହେଉଛି ଏଥିରେ ରହିଛି ଜଣେ ଓଡିଆଙ୍କ ସମ୍ପୃକ୍ତି। ଅଭିଯୁକ୍ତ ଜଣକ ଭଦ୍ରକ ଜିଲ୍ଲା ବାସୁଦେବପୁରର ଜାହିର ଖାନ୍ ବୋଲି ପ୍ରୟାଗରାଜ୍ ପୋଲିସ ପ୍ରେସମିଟରେ ସୂଚନା ଦେଇଛି। ସେପଟେ ଏହି ଲିଙ୍କରେ ଓଡିଶା ଆସିପାରେ ଉତ୍ତରପ୍ରଦେଶ ପୋଲିସ । ପୋଲିସ ସୂଚନା ଅନୁଯାୟୀ ଜାହିର ଖାନ୍ ପ୍ରାୟ ୪ ବର୍ଷ ତଳେ ଏହି ମଦ୍ରାସାକୁ ଆସିଥିଲେ। ସେଠାରେ ରହି ପାଠ ପଢୁଥିଲେ। ତେବେ ମଦ୍ରାସା ଭିତରେ ପ୍ରିଣ୍ଟର ଏବଂ ସ୍କାନର ବ୍ୟବହାର କରି ସେ ଜାଲ ନୋଟ୍ ଛାପୁଥିଲା ବୋଲି ପୁଲିସ୍ କହିଛି। ମଦ୍ରାସାରୁ ପ୍ରିଣ୍ଟର ସହ ୧୩୦୦ ଟି ଜାଲ୍ ୧୦୦ ଟଙ୍କିଆ ନୋଟ୍ ଜବତ ହୋଇଛି। ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..