ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ ହଷ୍ଟେଲ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାବେଳେ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ କ୍ରିତିକା ରାଜ, ସେ ବି.ଟେକ ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ। କ୍ରିତିକାଙ୍କ ଘର ଦିଲ୍ଲୀରେ ହୋଇଥିବା ବେଳେ ସେ ଏଠାରେ ହଷ୍ଟେଲରେ ରହୁଥିଲେ। କିଛି ଦିନ ହେବ ମାନସିକ ଚାପରେ ଥିଲେ କ୍ରିତିକା। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ମୃତଦେହ ଉଦ୍ଧାର ହୋଇଥିବା ନେଇ କଲେଜ ପକ୍ଷରୁ ଅଭିଭାବକଙ୍କୁ ଖବର ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।






More Stories
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..
ଆଜି ସ୍କୁଲ ଛୁଟି…..