ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଗାଜିପୁର ସୀମାରେ କୃଷକ ଏବଂ ବିଜେପି ନେତା ମୁହାଁମୁହିଁ ହୋଇଛନ୍ତି | ବିଜେପି କର୍ମୀମାନେ ଜଣେ ନେତାଙ୍କ ସ୍ୱାଗତ ପାଇଁ ଯାଇଥିବା ବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଦୋଳନରତ ଚାଷୀମାନେ ପ୍ରଥମେ ବିବାଦ ଆରମ୍ଭ କରିବା ସହ ପଥର ମାଡ଼ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେପି କର୍ମୀ । ତେବେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହଙ୍ଗାମା ବଢ଼ିଯାଇଥିଲା | ସେଠାରୁ ବିଜେପି ନେତାଙ୍କ କାରକୁ ବାହାରକୁ ଆଣିବା ପାଇଁ ପୋଲିସ ବହୁ କଷ୍ଟ କରିବାକୁ ପଡିଥିଲା | ଏହି ଘଟଣାକୁ ନେଇ କୃଷକ ନେତା ରାକେଶ ଟିକାୟତ୍ ବିଜେପି ବିରୋଧରେ ଅଭିଯୋଗ ଆଣିଛନ୍ତି । କହିଛନ୍ତିକି ବିଜେପି ନେତାମାନେ ବଳପୂର୍ବକ କୃଷକଙ୍କ ମଞ୍ଚ ହଡ଼ପ କରିବାକୁ ଚେଷ୍ଟା କରୁଥିଲେ । କର୍ମୀମାନେ କୃଷକଙ୍କ ମଂଚ ଉପରକୁ ଆସି ତାଙ୍କ ନେତାଙ୍କ ସ୍ୱାଗତ କରିଥିଲେ । ଏହା ଆଦୌ ଠିକ୍ ନୁହେଁ । ରାସ୍ତାରେ କୃଷକଙ୍କ ମଂଚ ଅଛି ବୋଲି ଯେ କେହି ବି ଆସି ଯାଉଛନ୍ତି । ମଞ୍ଚ ଉପରକୁ ଆସିବାକୁ ହେଲେ ବିଜେପି ଛାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଧମକ ଦେଇଛନ୍ତି କୃଷକ ନେତା ରାକେଶ ଟିକାୟତ୍ । ଆମ ମଂଚରେ ବିଜେପି ପତାକା ଲହରାଇଲେ ତାଙ୍କୁ ଉତ୍ତମ ମଧ୍ୟମ ଦେବାକୁ ପଛାଇବୁ ନାହିଁ । ପୋଲିସି ଉପସ୍ଥିତିରେ ବିଜେପି ନେତାମାନ କୃଷକଙ୍କ ମଂଚ ହାତେଇବାକୁ ବସିଥିଲେ । ଯଦି ମଂଚ ଭଲ ଲାଗୁଛି ତେବେ ଆନ୍ଦୋଳନରେ ସାମିଲ ହେବାକୁ ପଡ଼ିବ । କୃଷକ ସଂଗଠନ କହିବା ଅନୁସାରେ, ଗାଜିପୁର ସୀମାରେ ଥିବା ଫ୍ଲାଏ ଓଭରରେ ଥିବା ମଞ୍ଚ ନିକଟରେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ ବିଜେପି କର୍ମୀ । ଜଣେ ନେତାଙ୍କୁ ସ୍ୱାଗତ କରିବା ବାହାନାରେ ଡ୍ରମ ବଜାଇ ଆନ୍ଦୋଳନକୁ ବିରୋଧ କରିଥିଲେ । ଚାଷୀଭାଇଙ୍କୁ ସେମାନେ ଲାଠିରେ ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ।
More Stories
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……