Report Card Odisha

| Daily Odia News

ନାକେଦମ କଲାଣି କରୋନା, ପୁଣି ପ୍ରବାସୀ ଶ୍ରମିକ ଘରମୁହାଁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି | ଏହା ସହିତ ଜନସାଧାରଣଙ୍କ ମନରେ ଭୟ ଦେଖିବାକୁ ନାହିଁ | ଏହାସହ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି | ସଂକ୍ରମଣ ୨ ଲକ୍ଷ ନିକଟତର ହୋଇଥିବାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ ଭଳି ରାଜ୍ୟ। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର କଠୋର ପଦକ୍ଷେପ ନେଇଛନ୍ତି। ଆସନ୍ତା ୧୫ ଦିନ ପାଇଁ ରାଜ୍ୟରେ ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାର ବି ଲକଡାଉନ କଥା ଚିନ୍ତା କରୁଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ରାତି ୮ଟାରୁ ସାରା ରାଜ୍ୟରେ ୧୪୪ ଧାରା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି କରୋନା କର୍ଫ୍ୟୁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହାଦ୍ବାରା କରୋନା ଚେନ୍‌ ଭାଙ୍ଗିବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଫଳରେ ମହାରାଷ୍ଟରୁ ପ୍ରବାସୀଙ୍କ ପଳାୟନ ଆରମ୍ଭ ହୋଇଛି । ଏହି ସବୁ ରାଜ୍ୟରେ ଲକଡାଉନ ହେଲେ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ସଂସ୍ଥା ବନ୍ଦ ରହିବ | ଫଳରେ ଶ୍ରମିକ ମାନେ ଅସୁବିଧାରେ ପଡିବେ ତେଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ରହୁଥିବା ପ୍ରବାସୀ ଶ୍ରମିକ ପରିବାର ଧରି ଏବେ ଘରମୁହାଁ ହୋଇଛନ୍ତି। ମହାରାଷ୍ଟ୍ର ଏବଂ ଦିଲ୍ଲୀର ବିଭିନ୍ନ ଷ୍ଟେଶନ, ବସଷ୍ଟାଣ୍ଡରେ ଦୁଇ ଦିନ ହେଲାଣି ଶ୍ରମିକଙ୍କ ଭିଡ଼ ଦେଖିବାକୁ ମିଳୁଛି। ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ସୁଅ ଛୁଟୁଛି। ଗତବର୍ଷ ଭଳି ଶ୍ରମିକମାନେ ଚାଲି ଚାଲି ମଧ୍ୟ ଘରକୁ  ଫେରିଥିଲେ । ଅନ୍ୟପଟେ ଗତଥର ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାରମାନେ କ୍ବାରେଣ୍ଟାଇନ ସେଣ୍ଟର ବ୍ୟବସ୍ଥା କରିଥିଲେ। ପଞ୍ଚାୟତ ସ୍ତରରେ ପ୍ରବାସୀମାନଙ୍କୁ ସ୍ବତନ୍ତ୍ର ଭାବେ କ୍ବାରେଣ୍ଟାଇନରେ ରଖିବାକୁ ସରପଞ୍ଚମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା। କିନ୍ତୁ ଏଥର ସେଭଳି କିଛି ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିନାହିଁ। ଫଳରେ ପ୍ରବାସୀମାନେ ଫେରିବା ପରେ ସମସ୍ୟାରେ ପଡ଼ିବା ସମ୍ଭାବନା ରହିଛି।

Breaking News