Report Card Odisha

| Daily Odia News

ହେମନ୍ତ ସୋରେନଙ୍କ ଟ୍ଵିଟ୍‌:କରୋନା ବିରୋଧରେ ଲଢନ୍ତୁ, ପ୍ରଧାନମନ୍ତ୍ରୀଙ୍କ ସହ ନୁହେଁ

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ଭୂତାଣୁ ଯୋଗୁ ଦେଶରେ ଉପୁଜିଥିବା ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟ୍‌କୁ ନେଇ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । ହେମନ୍ତ ସୋରେନଙ୍କ ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ‘ମନ୍‌ କି ବାତ୍ ‘ କରୁଥିବା ଅଭିଯୋଗ କରିଥିଲେ। ଏହାର ଦବାଵ ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡଃ. ହର୍ଷବର୍ଦ୍ଧନ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ନଲଢି କରୋନା ମୁକାବିଲା ପ୍ରତି ଧ୍ୟାନ ଦେବା ଉଚିତ୍ । କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ରର୍ଷବର୍ଦ୍ଧନ କହିଛନ୍ତି, ହେମନ୍ତ ସୋରେନ ଜୀ, ବୋଧହୁଏ ନିଜ ପଦର ଗରିମାକୁ ଭୁଲି ଯାଇଛନ୍ତି। କରୋନାରେ ଦେଶରେ ଉତ୍ପନ ସ୍ଥିତିକୁ ନେଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ କୌଣସି ବୟାନ ଦେବା ସମୟରେ ଏହା ଭୁଲିବା ଉଚିତ୍ ନୁହେଁ ଯେ, ମହାମାରୀର ମୁକାବିଲା ସାମୂହିକ ପ୍ରୟାସରେ ହିଁ ସମ୍ଭବ। ନିଜର ବିଫଳତା ଲୁଚାଇବା ପାଇଁ ନିଜ କ୍ରୋଧ ପ୍ରଧାନମନ୍ତ୍ରୀଙ୍କ ଉପରେ ଜାହିର କରିବା ନିନ୍ଦନୀୟ ଅଟେ। ସେ କହିଛନ୍ତି, କେନ୍ଦ୍ର ସରକାର କରୋନା ସଙ୍କଟ ସମୟରେ ଯେଉଁଠି ଗରିବ ଓ ଜନତାଙ୍କ ପାଇଁ ଖଜାନା ଖୋଲି ଦେଇଛନ୍ତି ସେଠି ଝାରଖଣ୍ଡ ସରକାର ନିଜ ଖଜାନା ବନ୍ଦ କରି ରଖିଛନ୍ତି। ହେମନ୍ତ ସୋରେନ ଚାହୁଁଛନ୍ତି ପ୍ରତି କାମ କେନ୍ଦ୍ର ସରକାର କରନ୍ତୁ। କରୋନା ସହ ଲଢନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହ ନୁହେଁ ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି।

 

 

Breaking News