ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଦୁଇଟି କମିଶନ ତଦନ୍ତ ସମ୍ବନ୍ଧୀୟ ଫାଇଲ୍ ନିଖୋଜ ଘଟଣାର ତଦନ୍ତକୁ ନେଇ କମିଶନରେଟ୍ ପୋଲିସ ତତ୍ପରତା ବଢ଼ାଇଛି। ଏହି ଘଟଣାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ପୋଲିସ ସମନ୍ ଜାରି କରିଛି।ପୋଲିସ ପକ୍ଷରୁ ଜାରି ସମନ୍ରେ ଉଭୟ ଅଧିକାରୀଙ୍କୁ ତଦନ୍ତକାରୀ ଅଧିକାରୀ (IO)ଙ୍କ ସମ୍ମୁଖରେ ତିନି ଦିନ ମଧ୍ୟରେ ହାଜର ହେବାକୁ କୁହାଯାଇଛି। ସିଏମଓରୁ ଫାଇଲ୍ ନ ମିଳିବା ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।ଏହି ଘଟଣା ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ତଦନ୍ତର ଅଗ୍ରଗତି ଉପରେ ସମସ୍ତଙ୍କ ନଜର ରହିଛି।






More Stories
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା;ଭକ୍ତ ଭଗବାନଙ୍କର ହେବ ମିଳନ…
୪ ଦିନ ପ୍ରବଳ ବର୍ଷୀବ…..
ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ…..