ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ଉପରେ ଆକ୍ରମଣ କରିବା ଋଷ କୁ ଏବେ ଭାରି ପଡୁଛି | ଋଷ ଗୋଟେ ପଟେ ନିଜର ସୈନ୍ୟ ହରାଉଥିବା ବେଳେ ଅନ୍ୟପଟେ ବିଭିନ୍ନ ଦେଶ ଋଷ ଉପରେ କଟକଣା ଲଗାଉଛନ୍ତି | ଯାହାକି ଋଷ ପାଇଁ ଚିନ୍ତାର କାରଣ ପାଲଟିଛି | କିଛି ଦେଶ ଆର୍ଥିକ କଟକଣା ଲଗାଇଥିବା ବେଳେ ଏବେ ଫିନଲାଣ୍ଡ ଓ ବେଲଜିୟମ ଋଷ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ଏହି ଦୁଇଟି ଦେଶ ଋଷ ବିମାନ ଚଳାଚଳ ଉପରେ କଟକଣା ଲଗାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅନ୍ତର୍ଜାତୀୟ ଜୁଡୋ ଫେଡେରେସନ୍ (ଆଇଜେଏଫ୍)ର ସମ୍ମାନିତ ସଭାପତି ପଦରୁ ହଟାଇଦିଆଯାଇଛି। ତେବେ ବିଭିନ୍ନ ଆଡୁ ବିରୋଧ ପରେ ଆଜି ଋଷ ବେଲାରୁଷ୍ରେ ୟୁକ୍ରେନ୍ ସହ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା। ହେଲେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସ୍କି ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଜେଲେନ୍ସ୍କି କହିଥିଲେ ଯେ, ବେଲାରୁଷ୍ରେ ଥାଇ କେତେକ ରୁଷ୍ ସୈନିକ ୟୁକ୍ରେନ୍ ଉପରେ ଆକ୍ରମଣ କରିଛନ୍ତି। ୟୁକ୍ରେନ୍ରେ ପ୍ରବେଶ ପାଇଁ ବେଲାରୁଷ୍ ରୁଷୀୟ ସେନାକୁ ରାସ୍ତା ଦେଇଛି। ବେଲାରୁଷ୍ରୁ ରୁଷୀୟ କ୍ଷେପଣାସ୍ତ୍ର ଏବଂ ବିମାନ ଆକ୍ରମଣ କରାଯାଇଛି। ତେଣୁ, ୟୁକ୍ରେନ୍ ପ୍ରତି ବିଦ୍ବେଷ ମନୋଭାବ ନ ଥିବା ଅନ୍ୟ କୌଣସି ସ୍ଥାନରେ ଶାନ୍ତି ଆଲୋଚନା ପାଇଁ ସେ ରାଜି ବୋଲି କହିଥିଲେ। ୱାରସ, ଇସ୍ତାନ୍ବୁଲ୍ ଏବଂ ବାକୁ ଆଦି ସ୍ଥାନରେ ଆଲୋଚନା ହେଲେ ସୁବିଧା ହେବ ବୋଲି ସେ କହିଥିଲେ।






More Stories
ଲେବାନନ୍ରେ ୩୯୪ ମୃତ…..
ୱେଲ୍ ଡନ୍ ଟିମ୍ ଇଣ୍ଡିଆ…..
ରାଷ୍ଟ୍ରପତିଙ୍କୁ ଅସମ୍ମାନ:ମୁଖ୍ୟ ସଚିବଙ୍କଠାରୁ ପୂର୍ଣ୍ଣାଙ୍ଗ ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ…..