Report Card Odisha

| Daily Odia News

 ଜିଲ୍ଲା ପରିଷଦ ଜୋନରେ ବିଜେଡି ୫୪୮,ବିଜେପି ୩୪,କଂଗ୍ରେସ ୩୧…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ଆଜି ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି। ଜିଲ୍ଲା ପରିଷଦ ଜୋନରେ ଆଜି ବି ବିଜେଡିର ବିପୁଳ ବିଜୟୀ ହୋଇଛି | ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ଅନୁଯାୟୀ ବିଜେଡି ୫୪୮ ଜିଲ୍ଲା ପରିଷଦ ଜୋନରେ ଆଗୁଆ ଥିବା ବେଳେ ବିଜେପି ୩୪ ଓ କଂଗ୍ରେସ ୩୨ ଟିରେ ଆଗୁଆ ରହିଛି। ଏଣେ ଅନ୍ୟ ଦଳର ପ୍ରାର୍ଥୀମାନେ ୭ ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ରିପୋର୍ଟ ମିଳୁଛି। ତେବେ ଦ୍ବିତୀୟ ଦିନର ଭୋଟ୍ ଗଣତିର ଟ୍ରେଣ୍ଡ ଅନୁଯାୟୀ ୩୦୫ଟି ଜୋନରୁ ବିଜେଡି ୨୮୧ ଟି ଜୋନରେ ଆଗୁଆ ରହିଛି, ବିଜେପି ୧୫ ଏବଂ କଂଗ୍ରେସ ୧୪ ଜୋନରେ ଆଗୁଆ ରହିଛି । ସେହିପରି ଅନ୍ୟ ଦଳ ୪ ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ସୂଚନା ମିଳୁଛି |

 

Breaking News