ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଲକାତାର ଷ୍ଟାଣ୍ଡ ରୋଡ ସ୍ଥିତ ରେଳ ଭବନରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି | ମୃତକଙ୍କ ମଧ୍ୟରେ ୪ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ରେଳ କର୍ମଚାରୀ, ଜଣେ ଆରପିଏଫ ଯବାନ, ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ଲୋକ ଅଛନ୍ତି ବୋଲି ଜଣାପଡିଛି । ୧୩ ମହଲା କୋଠାର ଓପର ମହଲାରେ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀର ୧୭ଟି ଇଞ୍ଜିନ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ବିଳମ୍ବିତ ରାତିରେ ନିଆଁକୁ ଆୟତ କରିଛନ୍ତି। କୋଇଲାଘାଟ ବିଲ୍ଡିଂ ଭାବେ ପରିଚିତ ଏହି କୋଠା ହୁଗୁଳି ନଦୀ କୂଳରେ ଅବସ୍ଥିତ। ଏଠାରେ ଇଷ୍ଟର୍ଣ୍ଣ ରେଳବାଇର ଅଫିସ ଚାଲିଥିଲା। ଆଜି ସଂନ୍ଧ୍ୟାରେ ଏହି ନିଆଁ ଲାଗିଥିଲା। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତି ପ୍ରାୟ ୧୦ଟା ୩୦ ମିନିଟରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ମୃତକଙ୍କ ନିକଟ ସଂପର୍କୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଘେଷଣା କରିଛନ୍ତି। ପରେ ଅଗ୍ନି ସେବା ମନ୍ତ୍ରୀ ସୁଜିତ ବୋଷ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମୃତ ଦେହ ଚିହ୍ନଟ କରାଯାଉଥିବା କହିଥିଲେ। ଘଟରାର ତଦନ୍ତ କରାଯାଉଛି।
More Stories
ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ….
ଆଜି ବିଜୟ ରୂପାଣିଙ୍କ ଅନ୍ତିମ ସଂସ୍କାର…..
ଇରାନ-ଇସ୍ରାଏଲ ଉତ୍ତେଜନା ଚରମରେ,୮୦ ମୃତ…..