ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ମାଦିପୁରରରେ ଥିବା ଏକ ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଚପଲ ତିଆରି ପାଇଁ ଥିବା କଞ୍ଚାମାଲ ପୋଡ଼ି ଯାଇଛି । ତେବେ ଆଜି ନିଆଁ କିପରି ଲାଗିଛି ତା’ର କିଛି ସ୍ପଷ୍ଟ ସୂଚନା ମିଳିପାରିନି । ଦମକଳ ବିଭାଗର ୨୪ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଚାରି ମହଲା ବିଶିଷ୍ଟ ବିଶିଷ୍ଟ ଆବାସିକ ଏବଂ ବ୍ୟବସାୟିକ କୋଠାର ପ୍ରଥମ ମହଲାରେ ଥିବା ଜୋତା କାରଖାନାରେ ପ୍ରଥମେ ନିଆଁ ଲାଗିଥିଲା । ଧୀରେ ଧୀରେ ନିଆଁ ବଢ଼ିବା ସହ ଭୟଙ୍କର ରୂପ ନେଇଗଲା । ନିଆଁ ଲାଗିବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ନିଆଁର କରାଳ ରୂପ ଦେଖି ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଲା । ପରେ ନିଆଁ ଲିଭାଇବା ପାଇଁ ଆଉ ୨୪ ଟି ଅଗ୍ନିଶମ ଗାଡି ଡକାଇବାକୁ ପଡ଼ିଲା। ଜୋତା କାରଖାନାରେ ନିଆଁ କିପରି ଲାଗିଲା, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଭୀଷଣ ଅଗ୍ନିକାଣ୍ଡରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ । ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..