Report Card Odisha

| Daily Odia News

କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ୧୨ ମୃତ,୫ରୁ ଅଧିକ ନିଖୋଜ…..

ରିପୋର୍ଟ କାର୍ଡ / ମୁମ୍ବାଇ

ମହାରାଷ୍ଟ୍ରର ପୁଣେ ସ୍ଥିତ ଏକ ଓ୍ବାଟର ପ୍ୟୁରିଫାୟର କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୧୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୫ ଜଣ ନିଖୋଜ ଥିବା ନେଇ ଅନୁମାନ କରାଯାଉଛି । ପିରାନଗଟ ଶିଳ୍ପାଞ୍ଚଳରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି । ନିଆଁ ଲିଭା କାର୍ଯ୍ୟରେ ୫ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ । ତେବେ ଆଉ କିଛି ଲୋକ ଫ୍ୟାକ୍ଟ୍ରି ମଧ୍ୟରେ ଫସି ରହିଥିବା ବେଳେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେଉଁ କାରଣ ପାଇଁ ନିଆଁ ଲାଗିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ପୁଣେ ଅଗ୍ନିଶମ ବାହିନୀର ବରିଷ୍ଠ ଅଧିକାରୀ ମାନେ ତଦନ୍ତ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ଫ୍ୟାକ୍ଟ୍ରିରେ ମୋଟ ୩୭ ଜଣ କର୍ମଚାରୀ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୨୦ ଜଣ ବାହାରକୁ ବାହାରି ଆସିବା ପାଇଁ ସକ୍ଷମ ହୋଇଥିଲେ ସୁଦ୍ଧା ନିଆଁର ଭୟାବହତା ଏତେ ଥିଲା ଯେ ଅନ୍ୟମାନେ ସେଠାରେ ଫସିଯାଇଥିଲେ ।

Breaking News