ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାସ୍ତା ମଝିରେ ନିଆଁ ଲାଗି ଜଳିଗଲା କାର | ଏଭଳି ଘଟଣା ଘଟିଛି ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ ଉପରେ । ଏହି ଘଟଣାରେ ଗାଡ଼ି ଚାଳକ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଖବର ମୁତାବକ, କାରଟି ରସୁଲଗଡ଼ ଓଭରବ୍ରିଜ୍ ଉପରେ ଯାଉଥିବା ସମୟରେ ଅଚାନକ ସେଥିରେ ନିଆଁ ଲାଗିଯାଇଥିଲା । ତେବେ କାରରେ ଅଚାନକ ନିଆଁ ଲାଗିବା ପରେ ସେଥିରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ଗାଡ଼ି ଚାଳକ । ତେଣୁ ଏହାପରେ ସେ କାଳବିଳମ୍ବ ନକରି ସଙ୍ଗେସଙ୍ଗେ ଗାଡ଼ିରୁ ବାହାରକୁ ବାହାରି ଆସିଥିଲେ । ଏହାପରେ କିଛି ସମୟ ମଧ୍ୟରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଶର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅଗ୍ନିଶମ ଅଧିକାରୀମାନେ ଅନୁମାନ କରିଥିଲା |
\






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….