ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସକାଳେ ଗାଜିଆବାଦ ରେଳ ଷ୍ଟେସନ୍ରେ ଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଲଗେଜ୍ କମ୍ପାର୍ଟମେଣ୍ଟ୍ରେ ନିଆଁ ଲାଗିଥିଲା। ସୂଚନା ଅନୁସାରେ, ସକାଳ ୬:୪୫ରେ ନୂଆଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସ୍ରେ ନିଆଁ ଲାଗିଥିଲା। ନିଆଁଦ୍ୱାରା ପ୍ରଭାବିତ କୋଚ୍ଟିକୁ ଟ୍ରେନ୍ରୁ କାଢ଼ି ଦିଆଯାଇଛି। ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଟ୍ରେନ୍ଟି ଦିଲ୍ଲୀ ରେଳ ଷ୍ଟେସନ୍ରୁ ଲକ୍ଷ୍ନୌ ଆଡ଼କୁ ଯାଉଥିଲା। ଗାଜିଆବାଦ ଷ୍ଟେସନ୍ରେ ଦୁଇ ମିନିଟ୍ ଅଟକୁ ଥିବା ଏହି ଟ୍ରେନ୍ ଦେଢ଼ ଘଣ୍ଟା ପରେ ସକାଳ ୮:୨୦ରେ ପୁଣି ଯାତ୍ରା ଆରମ୍ଭ କରିଛି। କେଉଁ କାରଣରୁ ନିଆଁ ଲାଗିଲା ତାହା ମଧ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷ ଜାଣିପାରି ନାହାନ୍ତି। ଅଗ୍ନିଶିଖା ଦେଖିବା ମାତ୍ରେ ଟେନ୍ର ଗାର୍ଡ ସତର୍କ ସୂଚନା ଦେଇଥିଲେ। ତୁରନ୍ତ ଦମକଳ ବାହିନୀ ପ୍ଲାଟ୍ଫର୍ମକୁ ଆସି ନିଆଁ ଲିଭାଇବା ପାଇଁ ବ୍ୟାପକ ଅଭିଯାନ ଚଳାଇଥିଲେ। ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ନିଆଁ ଲିଭିଥିଲା । ଗନ୍ତବ୍ୟସ୍ଥଳକୁ ପୁନର୍ବାର ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନୂଆଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସ୍’ରୁ ଜେନେରେଟର୍ କାର୍ଟିକୁ ବିଚ୍ଛିନ୍ନ କରାଯାଇଥିଲା।






More Stories
ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ;ପିଞ୍ଜରାରେ କୋର୍ଟ ଅଣାଗଲା!….
କ୍ୟାନ୍ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାନ୍ତୁ…..
ବିମାନ ଜରୁରୀ ଅବତରଣ…..