ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଛି | ଏଭଳି କିଛି ଅଘଟଣ ଘଟିଛି ତାମିଲନାଡୁର ଶିବକାଶୀରେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ମୁତାବକ, ଶିବକାଶୀର ବିରୁଧୁନଗରର କମ୍ମାପଟ୍ଟିଗାଁରେ ଥିବା ଦୁଇଟି ବାଣ ଗୋଦାମରେ ବିସ୍ଫୋରଣ ହୋଇଛି। ଏଥିରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ମହିଳା ଅଛନ୍ତି। ସେହିପରି ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଉକ୍ତ ଗୋଦାମରେ କାମକରୁଥିବା ଜଣାପଡିଛି |






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..