ରିପୋର୍ଟ କାର୍ଡ / ଗଞ୍ଜାମ
ଦିଗପହଣ୍ଡି ଫାଶିଗୁଡା ଗାଁରେ କରେଣ୍ଟ ଲାଗି ୧୯ ଜଣ ଶିଶୁ ଆହତ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଜାମିନ ନାମଞ୍ଜୁର ପରେ ଜେଲ ଯାଇଛନ୍ତି ଅଭିଯୁକ୍ତମାନେ। ଗିରଫ ଅଭିଯୁକ୍ତମାନେ ହେଲେ ପରିଚାଳନା କମିଟିର ସଭାପତି ଶିବରାମ ବିଷୋୟୀ, ରାଜେନ୍ଦ୍ର ଦୋରା, ଶିବରାମ ବେହେରା, ରବିନ୍ଦ୍ର କୁମାର ସାହୁ ଓ ବିଜୟ କୁମାର ରାଉଳ। ଏଥିସହ ପୋଲିସ ନାଟକ ପରିବେଷଣରେ ବ୍ୟବହୃତ ସମସ୍ତ ବିଦ୍ୟୁତ ସରଞ୍ଜାମ, ଡିଜେ ବକ୍ସ ଓ ଏକ ଗାଡ଼ିକୁ ଜବତ କରିଛି। ଗତ ରବିବାର ଦିନ ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ପରିବେଷିତ ହୋଇଥିଲା ରାମାୟଣ । ନାଟକକୁ ଦେଖିବା ପାଇଁ ଗାଁର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଆସିଥିଲେ। ଆଉ ନାଟକ ଦେଖିବା ସମୟରେ ବର୍ଷା ହୋଇଥିଲା। ଷ୍ଟେଜର ଆଗରେ ବସିଥିବା ଶିଶୁମାନେ ଷ୍ଟେଜ ତଳେ ପଶିଯାଇଥିଲେ। ତେବେ ବର୍ଷା ପାଇଁ ଷ୍ଟେଜ୍ ତଳେ ପାଣି ଜମି ତାହା ଆର୍ଥି ହୋଇଯାଇଥିଲା। ଫଳରେ ଯାତ୍ରା ଦେଖିବା ଲାଗି ଯାଇଥିବା ୧୯ ଜଣ ଶିଶୁ କରେଣ୍ଟ ଲାଗି ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଅଘଟଣ ଘଟିବା ପରେ ଦିଗପହଣ୍ଡି ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା।ତଦନ୍ତରେ ନାଟକ ପରିବେଷଣ ସମୟରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇଥିବା ନେଇ ଜଣାପଡ଼ିଥିଲା। ପରେ ପୋଲିସ ଘଟଣାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି |
More Stories
ଗଣମାଧ୍ୟମ ଚ୍ୟାନେଲ କୁ ସରକାରଙ୍କର ୯ ନିର୍ଦ୍ଦେଶ…..
କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ IPS ଅଫିସର….
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….