ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଡୋରଣ୍ଡା ଟ୍ରେଜେରୀ ମାମଲାରେ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟ । ୫ ବର୍ଷର ଜେଲ ଦଣ୍ଡାଦେଶ ସହ ୬୦ ଲକ୍ଷର ଜରିମାନା ନିର୍ଦ୍ଦେଶ ରହିଛି । ସୂଚନା ଥାଉକି, ଫେବୃଆରୀ ୧୫ରେ, ସିବିଆଇର ସ୍ୱତନ୍ତ୍ର କୋର୍ଟ ଲାଲୁ ଯାଦବ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ୧୩୯.୫ କୋଟି ଟଙ୍କାର ଡୋରାଣ୍ଡା ଟ୍ରେଜେରୀ ସହିତ ଜଡ଼ିତ ଚୋରା ଚାଲାଣରେ ଦୋଷୀ ସାବ୍ୟସ୍ତ କରିଥିଲେ । ସେତେବେଳେ କୋର୍ଟ ଏହି ଦଣ୍ଡାଦେଶ ନେଇ ଘୋଷଣା କରିନଥିଲେ ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……