Report Card Odisha

| Daily Odia News

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ ହୋଇଯାଇଛି। ଗୁରୁବାର ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ୧୯୬୮ ବ୍ୟାଚର ଆଇପିଏସ ଉମାଶଙ୍କର ମିଶ୍ର ଓଡ଼ିଶାର ଏକମାତ୍ର ଆଇପିଏସ ଭାବେ ସିବିଆଇ ନିର୍ଦ୍ଦେଶକ ହୋଇଥିଲେ। ୨୦୦୩ରେ ଉମାଶଙ୍କର ମିଶ୍ର ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ୧୯୬୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ହେଉଛନ୍ତି ଉମାସଙ୍କର ମିଶ୍ର। ସିବିଆଇ ନିର୍ଦେଶକ ଥିବାବେଳେ ଊମାଶଙ୍କର ମିଶ୍ର ଅଣ୍ଡରୱାର୍ଲଡ୍ ଡନ୍ ଆବୁ ସାଲେମକୁ ଧରା ଯାଇପାରିଥିଲା। ଆବୁ ସାଲେମକୁ ସେ ସମୟରେ ପର୍ତ୍ତୁଗାଲରୁ ଭାରତକୁ ଆଣିବାରେ ଉମାଶଙ୍କର ମିଶ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ଅବସର ନେବା ପରେ ଏକ ଓଡ଼ିଆ ଖବର କାଗଜର ସମ୍ପାଦକ ଭାବେ କିଛିଦିନ କାର୍ଯ୍ୟ କରିଥିଲେ। ଏହା ସହିତ ସେ ମେଘାଳୟ ପ୍ଲାନିଂ କମିଶନର ସଦସ୍ୟ ଓ ମାଇକ୍ରୋସଫ୍ଟ ଇଣ୍ଡିଆର ପରାମର୍ଶଦାତ୍ତା ମଧ୍ୟ ରହିଥିଲେ।

Breaking News