Report Card Odisha

| Daily Odia News

ସରକାରୀ ପାଣ୍ଠିରୁ ଟଙ୍କା ଖାଇ ପୂର୍ବତନ ଅଧ୍ୟକ୍ଷ ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସରକାରୀ ପାଣ୍ଠିରୁ ୩୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରି ପୂର୍ବତନ ଅଧ୍ୟକ୍ଷ ଓ ସଭାପତି ଗିରଫ । ଯାଜପୁର ଜିଲ୍ଲା ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତ୍ତନ ଅଧ୍ୟକ୍ଷ ଓ ସଭାପତିଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ ।ଯାଜପୁର ଜିଲ୍ଲା ଚିତାଳୋ ଡିଗ୍ରୀ ମୋହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ ମଲ୍ଲିକ ଏବଂ ସହ ପ୍ରାଧ୍ୟାପକ ଶ୍ରୀ ବଦ୍ରି ନାରାୟଣ ରାୟଙ୍କୁ ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । ଉକ୍ତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମରକ୍ଷା କାର୍ଯ୍ୟକ୍ରମ ପାଇଁ ଆସିଥିବା ୩୨,୦୭,୬୨୦ ସରକାରୀ ପାଣ୍ଠି ଟଙ୍କାର ଅପବ୍ୟବହାର ଅଭିଯୋଗରେ ଗିରଫ କରାଯାଇଛି । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନା କେସ୍ ନଂ.୪୦ରେ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି । ଉଭୟଙ୍କ ବିରୁଦ୍ଧରେ ଆଇପିସିର ଧାରା ୟୁ/ଏସ-୧୩ (୨) ଆର/ଡବ୍ଲୁ ୧୩ (୧)(କ) ପିସି ଆକ୍ଟ,୨୦୧୮/୪୦୯/୧୨୦(ଖ) ରୁଜୁ ହୋଇଛି । ଉଭୟ ଅଭିଯୁକ୍ତଙ୍କୁ ଅଦାଲତ ପଠାଯାଇଛି ।

Breaking News