Report Card Odisha

| Daily Odia News

ନିଜକୁ ଗୁଳି କରିଦେଲେ ରାଜନେତା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶ ମୁରାଦାବାଦରେ ନିଜକୁ ଗୁଳି କରି ଜୀବନ ହରିଚନ୍ତି ରାଜନେତା । ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କରିଥିବା ନେତାଜଣକ ହେଉଛନ୍ତି ସମାଜବାଦୀ ପାର୍ଟିର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ଡିପି ଯାଦବ । ଚଳିତ ଲୋକସଭା ନିର୍ବାଚନ ସମୟରେ ଦଳ ତାଙ୍କୁ ଜିଲ୍ଲାଧ୍ୟକ୍ଷ ପଦରୁ ହଟାଇ ଦେଇଥିଲା। ଏହାପରେ ସେ ମାନସିକ ଅବସାଦରେ ରହୁଥିଲେ । ଡିପି ଯାଦବ ମଝୋଲା କ୍ଷେତ୍ରରେ ଥିବା ବୁଦ୍ଧ ବିହାର କଲୋନୀରେ ଘର ତିଆରି କରି ରହୁଥିଲେ। ଆଜି ସକାଳେ ପରିବାର ଲୋକେ ଉପର ମହଲାରେ ଥିବା ବେଳେ ତଳ ମହଲାରେ ଥିବା ଡିପି ଯାଦବ ଏକ ବନ୍ଧୁକରୁ ନିଜ ମୁଣ୍ଡକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳି ଶବ୍ଦ ଶୁଣି ପରିବାର ଲୋକେ ତଳକୁ ଆସି ଡିପି ଯାଦବଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଫରେନସିକ ଟିମ୍‌ ସାହାଯ୍ୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ଡିପି ଯାଦବ ଏପରି ଚରମ ପଦକ୍ଷେପ ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି।

Breaking News