Report Card Odisha

| Daily Odia News

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅନୀଲ ଦେଶମୁଖ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଦେଶମୁଖଙ୍କୁ ୯ ଦିନି ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି ହାଜତକୁ ପଠାଇ ଦେଇଛନ୍ତି । ୧୨ ଘଣ୍ଟାର ପଚରାଉଚରା ପରେ ଗତ ସୋମବାର ରାତିରେ ଇଡି ଦେଶମୁଖଙ୍କୁ ଗିରଫ କରିଥିଲା । ମଙ୍ଗଳବାର କୋର୍ଟ ଦେଶମୁଖଙ୍କୁ ୬ ତାରିଖ ଅର୍ଥାତ ଆଜି ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ । କେବଳ ଦେଶମୁଖ ନୁହେଁ ଏହି ମାମଲାରେ ଇଡି କୁନ୍ଦନ ସିନ୍ଧେ ଏବଂ ସଞ୍ଜୀବ ପାଲାଣ୍ଡେଙ୍କୁ ମଧ୍ୟ ଗିରଫ କରିଛି । ସୂଚନାଯୋଗ୍ୟ, ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିୟା ବାହାରୁ ଗତ ଫେବୃଆରୀ ୨୫ ତାରିଖରେ ବିସ୍ଫୋଟକ ବୋଝେଇ ସ୍କର୍ପିଓ ଜବତ କରାଯାଇଥିଲା । ଏହି ମାମଲାରେ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ବାଜେଙ୍କ ନାଁ ସାମ୍ନାକୁ ଆସିଥିଲା । ସେତେବେଳେ ସଚିନ ବାଜେଙ୍କୁ ବଦଳି କରିଦେଇଥିଲେ ମହାରାଷ୍ଟ୍ର ସରକାର । ତାଙ୍କୁ ହୋମଗାର୍ଡ ଡିଜି ଭାବେ ନିଯୁକ୍ତି ମିଳିଥିଲା । ଏହା ପରେ ପରମବୀର ସିଂହ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ। ଏହି ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଅନିଲ ଦେଶମୁଖ ଗୃହମନ୍ତ୍ରୀ ଥିବା ବେଳେ ପ୍ରତି ମାସରେ ୧୦୦ କୋଟି ଟଙ୍କା ଦେବାକୁ ସଚିନ ବାଜେଙ୍କୁ କହିଥିଲେ । ଏହି ମାମଲାର ତଦନ୍ତ ଜାରି ରହିଥିଲା । ଶେଷର ଗତ ସୋମବାର ଅନିଲ ଦେଶମୁଖଙ୍କୁ ଗିରଫ କରାଯାଇଥିଲା ।

Breaking News