ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ କେନ୍ଦ୍ର ଗୃହ ସଚିବ ମାଧବ ଗଡବୋଲେଙ୍କର ଆଜି ପରଲୋକ ଘଟିଛି। ହୃଦଘାତ ଯୋଗୁ ଆଜି ମହାରାଷ୍ଟ୍ରର ପୁଣେର ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ୧୯୯୩ରେ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପୂର୍ବରୁ ସେ କେନ୍ଦ୍ର ଗୃହ ବିଭାଗର ସଚିବ ଥିଲେ। ସେହିପରି ସେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ , ସହରାଞ୍ଚଳ ଉନ୍ନୟନ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହା ପୂର୍ବରୁ ସେ ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଅର୍ଥ ସଚିବ ଥିଲେ।






More Stories
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..