Report Card Odisha

| Daily Odia News

୪ ବିଚାର ବିଭାଗୀୟ ଅଧିକାରୀଙ୍କ ବଦଳି……

ରିପୋର୍ଟ କାର୍ଡ / କଟକ

ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ୪ ବିଚାର ବିଭାଗୀୟ ଅଧିକାରୀଙ୍କୁ ବଦଳି କରାଯାଇଛି। ମେ ୧୩ ତାରିଖରେ ହାଇକୋର୍ଟଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ଦୀପକ କୁମାରଙ୍କୁ କେନ୍ଦ୍ରାପଡ଼ା ଜିଲା ଓ ଦୌରାଜଜ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଗିରିଜା ପ୍ରସାଦ ମହାପାତ୍ରଙ୍କୁ ସୋନପୁର ଜିଲା ଓ ଦୌରାଜଜ ଭାବେ ବଦଳି କରାଯାଇଛି। ସେହିପରି ହର ପ୍ରସାଦ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡିରେ ଅତିରିକ୍ତ ଜିଲା ଜଜ ଭାବେ ଓ ବିଭୁ ପ୍ରସାଦ ପଣ୍ଡାଙ୍କୁ ଜଗତସିଂହପୁରରେ ଅତିରିକ୍ତ ଜିଲା ଜଜ ଭାବେ ଅବସ୍ଥାପିତ କରାଯାଇଛି।

Breaking News