Report Card Odisha

| Daily Odia News

୪ ଓଡ଼ିଆ ପାଇବେ ସିଭି ରମଣ ପୁରସ୍କାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୨୫ ବର୍ଷ ପାଇଁ ସି ଭି ରମଣ ସମ୍ମାନ ମନୋନୟନ ପରିଷଦ ପକ୍ଷରୁ ସି ଭି ରମଣ ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ୪ଜଣ ଓଡ଼ିଆଙ୍କୁ ଏହି ସମ୍ମାନ ପ୍ରଦାନ ପାଇଁ ପରିଷଦର ଅଧ୍ୟକ୍ଷ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ ଅନୁମୋଦନ କରିଛନ୍ତି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ସ୍ନାୟୁରୋଗ ବିଭାଗର ପୂର୍ବତନ ପ୍ରଫେସର ବାଳକୃଷ୍ଣ କୁଅଁର, ପରିବେଶ ବିଜ୍ଞାନ କ୍ଷେତ୍ରରେ ପାରଳାଖେମୁଣ୍ଡି ସ୍ଥିତ ଏସ.କେ.ସି.ଜି ସରକାରୀ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୁନ୍ଦର ନାରାୟଣ ପାତ୍ର, ବୈଷୟିକ ଶିକ୍ଷା କ୍ଷେତ୍ରରେ ହାଇଦରାବାଦ ଆଇ.ଆଇ.ଟିର ପ୍ରଫେସର ସୁସମୀ ବଧୂଲିକ ଓ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଡାକ୍ତରୀ ଛାତ୍ର ଜିତ କୁମାର ଜେନା ସିଭି ରମଣ ଛାତ୍ର ପ୍ରତିଭା ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଜାତୀୟ ବିଜ୍ଞାନ ଦିବସରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ୪ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ପରିଷଦର ମିଡ଼ିଆ ସେଲ ମୁଖ୍ୟ ବିଜୟ ଦାସ ସୂଚନା ଦେଇଛନ୍ତି ।

Breaking News