ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ୱ ଚେସ୍ ଚାମ୍ପିଅନ୍ ଡି ଗୁକେଶ ଓ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ଷ୍ଟାର ଶୁଟର୍ ମନୁ ଭାକରଙ୍କୁ ମିଳିବ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ମନୁ ଭାକର ଓ ଡି. ଗୁକେଶଙ୍କ ସମେତ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତି ସିଂହ ଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରବୀଣ କୁମାରଙ୍କୁ ଖେଳରତ୍ନ ପୁରସ୍କାର ଦେଇ ସମ୍ମାନିତ କରାଯିବ। ବର୍ଷ ୨୦୨୪ରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ୪ ଖେଳାଳିଙ୍କୁ ଖେଳରତ୍ନ ପୁରସ୍କାର ଦିଆଯିବ। ଜାନୁଆରୀ ୧୭ରେ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ହେବେ ଏହି ୪ ଖେଳାଳି। ଏନେଇ ଗୁରୁବାର କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଛି। କ୍ରୀଡ଼ା ମନ୍ତ୍ରାଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ କମିଟିର ସୁପାରିଶ ଓ ଯାଞ୍ଚ ପରେ ସରକାର ଏହି କ୍ରୀଡ଼ାବିତ, କୋଚ୍, ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯୋଗ୍ୟ ୨୦୨୪ ପାଇଁ ଖେଳରତ୍ନ ସହିତ ୩୨ଜଣଙ୍କୁ ଅର୍ଜୁନ ପୁରସ୍କାର ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ। ସେହିଭଳି ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି ମଧ୍ୟ ତିନୋଟି ବିଶ୍ୱବିଦ୍ୟାଳୟ ନାଁ ଘୋଷଣା କରାଯାଇଛି। ଉଲ୍ଲେଖ ଯୋଗ୍ୟ, ନିକଟରେ ମନୁ ଭାକର ସମ୍ମାନଜନକ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ତାଲିକାରୁ ବାଦ ପଡ଼ିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ନେଇ ବେଶ ବିବାଦ ଉପୁଜିଥିଲା। ଶୁଟର ମନୁଙ୍କ ପିତା ରାମ କିଶନ ଓ ପ୍ରଶିକ୍ଷକ ଜସପାଲ ରାଣା ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସମାଲୋଚନା କରିଥିଲେ। ମନୁଙ୍କ ପିତା ରାମ କିଶନ ଭାକର କହିଥିଲେ ଯେ ତାଙ୍କ ଝିଅକୁ ସୁଟର ବଦଳରେ କ୍ରିକେଟର କରାଇବାର ଥିଲା। ଅନ୍ୟପଟେ ମନୁ ଭାକର ଏଥିପାଇଁ କରିଥିବା ଆବେଦନରେ କିଛି ତ୍ରୁଟି ରହିଯାଇଥିବା କହି ବିବାଦରେ ତାଳି ପକାଇବାକୁ ଚେଷ୍ଟା କରିଥିଲେ।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..