ରିପୋର୍ଟ କାର୍ଡ / ଭୁବନେଶ୍ୱର
ପିପିଲି ଉପନିର୍ବାଚନ ପାଇଁ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲଠାରୁ ଆରମ୍ଭ କରି ଭୋଟଗ୍ରହଣ ଏବଂ ଫଳାଫଳ ଘୋଷଣା ତାରିଖ ପୁନର୍ବାର ଜାରି କରାଯିବ। ଭୋଟ ଗ୍ରହଣର ତିନି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହେବା ଯୋଗୁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି | ସାନି ବିଜ୍ଞପ୍ତି ଜାରି କରାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି ସିଇଓ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସିଇଓ କହିଛନ୍ତି କି – ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁ ରିଟର୍ଣ୍ଣିଂ ଅଫିସର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି। ନିର୍ବାଚନ କମିଶନ ଭୋଟ ଗ୍ରହଣ ସମ୍ପର୍କରେ ସାନି ବିଜ୍ଞପ୍ତି ପ୍ରକାଶ କରିବେ। ସମ୍ପୂର୍ଣ୍ଣ ନିର୍ବାଚନ ସିଡ୍ୟୁଲ ଆଉଥରେ ପ୍ରକାଶ ପାଇବ। କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ଲାଗି ୭ ଦିନ ସମୟ ମିଳିବ। ନିର୍ବାଚନ କମିଶନ ଯେଉଁ ତାରିଖ ଧାର୍ଯ୍ୟ କରିବେ ସେହି ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ବୋଲି ସିଇଓ କହିଛନ୍ତି।






More Stories
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠି…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..
କୁଆଖାଇ ନଦୀରେ ଯୁବକ ଭାସିଯିବା ଘଟଣା;ଜଣଙ୍କ ମୃତଦେହ ଉଦ୍ଧାର…..