ରିପୋର୍ଟ କାର୍ଡ / ପୁରୀ
ଆଜି ଖୋଳା ହେବ ପୁରୀ ଏମାର ମଠ । ଚିହ୍ନଟ କରାଯାଇଥିବା ୩ଟି ସ୍ଥାନକୁ ପ୍ରଶାସନ ଖୋଳିବା ନେଇ ସୂଚନା ମିଳିଛି। ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟ୍ ଓ ପୋଲିସ୍ ର ଉପସ୍ଥିତିରେ ଏମାର ମଠ ଖୋଳା ଆରମ୍ଭ କରାଯିବ । ଏହା ବ୍ୟତୀତ ମଠ ପରିଚାଳନା ଟ୍ରଷ୍ଟର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିବେ । ଏନେଇ ଯାଞ୍ଚ ଆରମ୍ଭ ହୋଇଛି । ୨୦୨୧ ସେପ୍ଟେମ୍ବର ୧୬ ତାରିଖରେ ଏହି ସ୍ଥାନକୁ ଚିହ୍ନଟ କରାଯାଇଥିଲା । ସେ ସମୟରେ ବିଶେଷଜ୍ଞ ଟିମ୍ ମେଟାଲ ଡିଟେକ୍ଟର ଦ୍ୱାରା ଚିହ୍ନଟ କରିଥିଲେ । ମଠରେ ଗୁପ୍ତଧନ ଆଶାରେ ଯାଞ୍ଚ କରାଯାଇଥିଲା । ମଠର ପ୍ରବେଶ ଗୃହ, ଅଗଣା, ଝୁଲଣ ମଣ୍ଡପ ସମ୍ମୁଖ ଅଗଣାରେ ଚିହ୍ନ କରାଯାଇଥିଲା । ତେବେ ଆଜି ସେହିସବୁ ଚିହ୍ନ କରାଯାଇଥିଲା ସ୍ଥାକୁ ଖୋଳାଯାଇପାରେ ବୋଲି ସୂଚନା ରହିଛି ।






More Stories
୨୪ ରେ ବାରବାଟୀ ଟି-୨୦……
ଦୁଇ ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ…..
ବଢ଼ିବନି ବିଧାୟକଙ୍କ ଦରମା !…..