ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଚଳିତ ସପ୍ତାହରେ ୩ୟ ଥର ପାଇଁ ପେଟ୍ରୋଲ୍ ଓ ଡିଜେଲ୍ ବୃଦ୍ଧି ପାଇଛି। ମାର୍ଚ ୨୫ ତାରିଖ ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ଡିଜେଲ୍ ଲିଟର୍ପିଛା ଟ. ୮୯.୦୭ ଏବଂ ପେଟ୍ରୋଲ୍ ଲିଟର୍ପିଛା ଟ. ୯୭.୮୧ରେ ବିକ୍ରୟ ହେଉଛି। ପୂର୍ବରୁ ଚଳିତ ସପ୍ତାହର ମଙ୍ଗଳବାର ଏବଂ ବୁଧବାର ଦିନ ଉପରୋକ୍ତ ଇନ୍ଧନ ଦର ବୃଦ୍ଧି ପାଇଥିଲା। ପ୍ରତି ଥର ଲିଟର୍ପିଛା ମୂଲ୍ୟ ୮୦ ପଇସା ବୃଦ୍ଧି ପାଉଛି। ଭାରତରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍ ଦେଖା ଦେଇଥାଏ। ଅନୁସାରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ୍ ଲିଟର୍ପିଛା ୮୬ ପଇସା ଏବଂ ଡିଜେଲ୍ ଲିଟର୍ପିଛା ୮୫ ପଇସା ବୃଦ୍ଧି ପାଇଥିବା କଥା ‘ଇଣ୍ଡିଆନ୍ ଅଏଲ୍’ ସୂତ୍ରରୁ ଜଣାପଡ଼ିଛି। ତେଣୁ, ଆଜି ସକାଳ ୭.୩୦ ପରଠାରୁ ଡିଜେଲ୍ ଲିଟର୍ପିଛା ଦର ଟ. ୧୦୪.୩୭ ଏବଂ ପେଟ୍ରୋଲ୍ ଲିଟରପିଛା ଟ. ୧୦୮.୮୨ରେ ବିକ୍ରୟ କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବର ୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରୁ ଟ.୫/- ଏବଂ ଡିଜେଲ୍ ଉପରୁ ଟ.୧୦/- ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ପରେ କେତେକ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍ ଦର ଉପରୁ ‘ଭାଟ୍’ ହ୍ରାସ କରିବା ଫଳରେ ମୋଟୋର୍ ଯାନ ମାଲିକମାନେ ଆଶ୍ବସ୍ତ ହୋଇଥିଲେ।






More Stories
ଏସିଆ ସ୍ଥିତି ନେଇ ଅବଗତ କରିବେ ପ୍ରଧାନମନ୍ତ୍ରୀ……
ମହଙ୍ଗା ହେବ ବିମାନ ଯାତ୍ରା!…..
ଇନ୍ଧନ ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ…..