Report Card Odisha

| Daily Odia News

ଇସ୍କନ ଜିବିସି ଅଧ୍ୟକ୍ଷଙ୍କୁ ଗଜପତିଙ୍କ ଚିଠି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମାନୁନି ଇସ୍କନ। ପୁଣି ଥରେ ଗଜପତି ମହାରାଜା ଚିଠି ଲେଖିଛନ୍ତି। ଭାରତ ବାହାରେ ରଥଯାତ୍ରା ନେଇ ସହମତ ହୋଇପାରୁ ନ ଥିବା ନେଇ ଇସ୍କନ ଜଣାଇଛି। ଧାର୍ଯ୍ୟ ୯ ଦିନ ମଧ୍ୟରେ ରଥଯାତ୍ରା ନେଇ ସହମତି ହୋଇପାରୁନି ବୋଲି ଲେଖିଛି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ଦେଶରେ ଓ ଦେଶ ବାହାରେ ସ୍ନାନଯାତ୍ରା ପାଇଁ ସମ୍ମତ ବୋଲି ଜଣାଇବା ପରେ ଗଜପତି ମହାରାଜା ଆପତ୍ତି ଉଠାଇବା ସହ ପୁଣି ଇସ୍କନ GBC ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଇସ୍କନ GBC ସିଦ୍ଧାନ୍ତର ପୁର୍ନବିଚାର କରୁ। ସମସ୍ତ ଦେଶରେ ଇସ୍କନ ଆଷାଢ଼ ଶୁକ୍ଳ ଦ୍ବିତୀୟାରୁ ୯ ଦିନ ମଧ୍ୟରେ ରଥଯାତ୍ରା କରୁ ବୋଲି ସେ କହିଛନ୍ତି।

Breaking News