Report Card Odisha

| Daily Odia News

ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ…..

ରିପୋର୍ଟ କାର୍ଡ /ଭୁବନେଶ୍ୱର 

ଆଜି ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଗୁଜରାଟର ପୋରବନ୍ଦରରେ କରମଚାନ୍ଦ ଗାନ୍ଧି ଓ ପୁତଲିବାଇଙ୍କ କୋଳମଣ୍ଡନ କରିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧି।ଯୁବ ମୋହନଦାସ ଲଣ୍ଡନରେ ଓକିଲାତି ପଢ଼ି ଭାରତ ଫେରିବା ପରେ, ସାଜିଥିଲେ ସ୍ୱାଧୀନତା ସଂଗ୍ରାମର ପୁରୋଧା। ଅହିଂସାକୁ ଅସ୍ତ୍ର କରି ବ୍ରିଟିଶ ଶାସନ ବିରୋଧରେ ଲଢ଼ିଥିଲେ ଏବଂ ପ୍ରତିଟି ଭାରତୀୟଙ୍କ ମନରେ ଜାଳିଥିଲେ ବିପ୍ଳବର ବହ୍ନି।

ଆଜି ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱାଧୀନ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ | ସେ ଉତ୍ତରପ୍ରଦେଶ ମୁଗଲସରାଇରେ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମ ହୋଇଥିଲେ | ମାତ୍ର ୧୬ ବର୍ଷ ବୟସରେ ଶାସ୍ତ୍ରୀ ପାଠପଢା ଛାଡ଼ି ମହାତ୍ମା ଗାନ୍ଧୀଙ୍କ ଅସହ ଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ |୧୯୩୦ ରେ ଲଵଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ | ଅନେକ ଆନ୍ଦୋଳନର ନେତୃତ୍ୱ ନେଇ ୭ ବର୍ଷ କାରା ଗାରରେ ଥିଲେ |ସ୍ୱାଧୀନ ଭାରତର କ୍ଷମତାକୁ କଂଗ୍ରେସ ଆସିବାପରେ ଲାଲ ବାହାଦୂରଙ୍କ ନିର୍ମଳ ଭାବମୂର୍ତ୍ତି କୁ ଜାତୀୟ ସଂଗ୍ରାମର ନେତା ମାନେ ସ୍ୱୀକୃତି ପ୍ରଦାନ କରିଥିଲେ | ୧୯୫୧ ରେ ତାଙ୍କ ଉତ୍ତରପ୍ରଦେଶ ଗୃହମନ୍ତ୍ରୀ ଦାୟିତ୍ବରୁ ଆଣି କେନ୍ଦ୍ର ସରକାର ରେଳବାଇ ,ସଡକ ଓ ପରିବନ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାଇତ୍ୱ ଦେଇଥିଲେ |୧୯୬୪ ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାଲାଲ ନେହେରୁ ଙ୍କର ମୃତ୍ୟୁ ପରେ ଲାଲବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଭାବେ ଦାଇତ୍ୱ ନେଇଥିଲେ | ୧୯୬୫ ରେ ପାକିସ୍ତାନ ଯୁଦ୍ଧ ବେଳେ “ଜୟ ଜବାନ ଜୟ କିସାନ” ସ୍ଲୋଗାନ ଦେଇ ଖାଦ୍ୟ ସଙ୍କଟ ଦୂର କରିଥିଲେ | ଭାରତ -ପାକିସ୍ତାନ ଶେଷ ହେବା ପରେ ସେ ସାତକେଣ୍ଟ ଯାଇଥିଲେ |ସେହିଠାରେ ୧୯୬୬ ଜାନୁଆରୀ ୧୧ ତାରିଖରେ ମୋହାନଜନନାୟକ ଲାଲବାହାଦୂର ଶାସ୍ତ୍ରୀ ଇହଲୀଳା ସମ୍ବରଣ କରିଥିଲେ |

 

 

 

 

Breaking News