ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ଜୟନ୍ତୀ |ଦେଶ ନୁହେଁ ବିଦେଶରେ ମଧ୍ୟ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅକ୍ଟୋବର ୨କୁ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିବସରେ ଜାତିସଂଘର ମହାସଚିବ ଏଣ୍ଟୋନିୟୋ ଗୁଟେରସ ମହାତ୍ମା ଗାନ୍ଧୀଙ୍କୁ ମନେପକାଇ କହିଛନ୍ତି ଶାନ୍ତି ଓ ସହିଷ୍ଣୁତାର ଏକ ନୂଆ ଯୁଗର ଆରମ୍ଭ ‘କରିବାକୁ ଆବଶ୍ୟକତା ରହିଛି ବୋଲି ସେ ଯୋର ଦେଇଛନ୍ତି । ଏକ ଟୁଇଟ୍ କରି ସେ ଲେଖିଛନ୍ତି ଘୃଣା, ବିଭାଜନ ଓ ସଂର୍ଘଷ ପରେ ଶାନ୍ତି, ବିଶ୍ୱାସ ଓ ସହିଷ୍ଣୁତାକୁ ନେଇ ଏକ ନୂଆ ଯୁଗର ଆରମ୍ଭ କରିବାର ସମୟ ଆସିଛି । ଏହି ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସରେ, ଗାନ୍ଧୀ ଜୟନ୍ତିରେ ଆସନ୍ତୁ ତାଙ୍କର ଶାନ୍ତିର ବାର୍ତ୍ତା ଉପରେ ଧ୍ୟାନ ଦେଇ ସମସ୍ତେ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ପ୍ରତିବଦ୍ଧ ହେବା ।
Discussion about this post