ରିପୋର୍ଟ କାର୍ଡ / ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ସରସିଙ୍ଗି ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ୩ ଜଣ ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଶିଶୁକନ୍ୟାଟିକୁ ରକ୍ତାକ୍ତ ଅବସ୍ଥାରେ ବରଡ଼ା ଘୋଡ଼ାଇ ଫିଙ୍ଗି ଦେଇ ଫେରାର୍ ହୋଇଯାଇଛନ୍ତି। ଶିଶୁକନ୍ୟାକୁ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟା ଜଣକ ଶନିବାର ସନ୍ଧ୍ୟାରେ ଖେଳୁଥିବା ବେଳେ ଦୁର୍ବୃତ୍ତମାନେ ନିଶାସକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ରବିବାର ଘଟଣାଟି ଲୋକଲୋଚନକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ ହୋଇ ନ ଥିବା ହିନ୍ଦୋଳ ଏସ୍ଡିପିଓ ସତ୍ୟ କୁମାର ନନ୍ଦ ସୂଚନା ଦେଇଛନ୍ତି।






More Stories
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..