Report Card Odisha

| Daily Odia News

ହାଇଦର ଫେରାର୍ ପଛରେ ପରିବାରର ହାତ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ମିଳିଛି ବଡ ସୂଚନା । ପରିବାର ଲୋକ ହିଁ ହାଇଦରକୁ ଫେରାର୍‌ କରାଇ ଥିବାନେଇ ମଙ୍ଗଳାବାଗ ଥାନାରେ ଏତଲାରୁ ସୂଚନା ମିଳିଛି। ସେ ସମୟରେ ଡ୍ୟୁଟିରେ ଥିବା କନଷ୍ଟେବଳ ମହମ୍ମଦ ମୌସିମ କଟକ ମଙ୍ଗଳବାଗ ଥାନାରେ ଏତଲା ଦେଇଛନ୍ତି। ପରିବାର ଲୋକ ହିଁ ହାଇଦରଙ୍କୁ ଫେରାର କରିଥିବା ମହମ୍ମଦ ମୌସିମ ଏତଲାରେ ଦର୍ଶାଇଛନ୍ତି। ହାଇଦରଙ୍କ ପାଖକୁ ତାଙ୍କର ସମ୍ପର୍କୀୟ ଆସୁଥିବା ଏତଲା ଲେଖିଛନ୍ତି ମୌସିମ । ହାଇଦରଙ୍କ ପାଖକୁ ତାଙ୍କର ପୁଅ, ଭାଇ କାଳିଆ, ପୁତୁରା କାଲା ନିୟମିତ ଆସୁଥିଲେ। ତାଙ୍କର ଶାଳକ ଗୋରା, ସାନ ଜ୍ଵାଇଁ ପ୍ରମୁଖ କ୍ୟାବିନ୍‌କୁ ଆସି କଥା ହେଉଥିଲେ। ଅପ୍ରିଲ୍‌ ୧୦ତାରିଖ ଅପରାହ୍ଣ ୪.୩୦ରେ ମୁଁ ଡ୍ୟୁଟିରେ ଥିଲି ଓ ତାଙ୍କୁ ଜଗିଥିଲି। ଏ ସମସ୍ତ ଲୋକ ହାଇଦରଙ୍କ ପାଖକୁ ଆସି ମୋ ଉପରକୁ ବିଷାକ୍ତ ପଦାର୍ଥ ଫିଙ୍ଗିଥିଲେ। ସେହି ବିଷାକ୍ତ ପଦାର୍ଥ ପ୍ରଭାବରେ ମୁଁ ଅଚେତ ହେବା ପରେ ହାଇଦର କୁଆଡ଼େ ପଳାଇଥିଲା ବୋଲି କନଷ୍ଟେବଳ ମହମ୍ମଦ ମୌସିମ ମଙ୍ଗଳାବାଗ ଥାନାରେ ଦାୟର କରିଥିବା ଏତଲାରେ ଦର୍ଶାଇଥିବା ଜଣାପଡ଼ିଛି। ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ଏବେ କେଉଁଠି ଅଛି? ଫେରାର ହେବାକୁ ୩୬ ଘଣ୍ଟା ବିତି ସାରିଥିଲେ ମଧ୍ୟ ତା’ର ପତ୍ତା ପାଇନି କମିଶନରେଟ୍‌ ପୁଲିସ୍‌। ସେପଟେ କଟକ ବଡ଼ ମେଡିକାଲ୍‌ରୁ ଆସିଛି ହାଇଦର ଫେରାର ପୂର୍ବର ଫଟୋ। ଫଟୋରେ ହାଇଦର ହସ୍ପିଟାଲ୍‌ ବେଡ୍‌ରେ ବସିଥିବା ନଜର ଆସିଛି।

Breaking News