ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ୟାଙ୍ଗଷ୍ଟାର ହାଇଦର ତେଲେଙ୍ଗାନାରୁ ଧରାଯାଇଥିବା ସୂଚନା ମିଳିଛି। ତେଲେଙ୍ଗାନାର ଏକ ସ୍ଥାନରୁ ପୋଲିସ ଗିରଫ କରିଛି । ହାଇଦରର ଫଟୋ ଜାରି ସହ ପାଟ୍ରୋଲିଂ ଟିମ୍କୁ ଆଲର୍ଟ କରିଥିଲା ହାଇଦ୍ରାବାଦ ପୋଲିସ | ସବୁ ସିସିଟିଭିକୁ ଯାଞ୍ଚ କରିବା ବେଳେ ସୁରାକ ମିଳିଥିଲା। ଗାଡ଼ି ବଦଳାଇ ଲୁଚିବା ଉଦ୍ୟମ ବେଳେ ତେଲେଙ୍ଗାନା ଟାସ୍କଫୋର୍ସ ହାତରେ ଡ଼ଧରାପଡିଥିଲା। ଏହି ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର। ହାଇଦର ସହ କିଛି ସହଯୋଗୀ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି। ହାଇଦରକୁ ଫେରାର ପାଇଁ ନିକଟରେ କାର୍ କିଣା ଯାଇଥିବା ଜଣାପଡ଼ିଛି।
ତେବେ ତେଲେଙ୍ଗାନା ପୋଲିସ ସହାୟତାରେ ଓଡିଶା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ତାକୁ ଧରିବାକୁ ସକ୍ଷମ ହୋଇଛି ବୋଲିି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ତେବେ ହାଇଦରକୁ ଖୁବ ଶୀଘ୍ର ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରାଯିବ ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….