ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ୟାଙ୍ଗଷ୍ଟାର ହାଇଦର ତେଲେଙ୍ଗାନାରୁ ଧରାଯାଇଥିବା ସୂଚନା ମିଳିଛି। ତେଲେଙ୍ଗାନାର ଏକ ସ୍ଥାନରୁ ପୋଲିସ ଗିରଫ କରିଛି । ହାଇଦରର ଫଟୋ ଜାରି ସହ ପାଟ୍ରୋଲିଂ ଟିମ୍କୁ ଆଲର୍ଟ କରିଥିଲା ହାଇଦ୍ରାବାଦ ପୋଲିସ | ସବୁ ସିସିଟିଭିକୁ ଯାଞ୍ଚ କରିବା ବେଳେ ସୁରାକ ମିଳିଥିଲା। ଗାଡ଼ି ବଦଳାଇ ଲୁଚିବା ଉଦ୍ୟମ ବେଳେ ତେଲେଙ୍ଗାନା ଟାସ୍କଫୋର୍ସ ହାତରେ ଡ଼ଧରାପଡିଥିଲା। ଏହି ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର। ହାଇଦର ସହ କିଛି ସହଯୋଗୀ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି। ହାଇଦରକୁ ଫେରାର ପାଇଁ ନିକଟରେ କାର୍ କିଣା ଯାଇଥିବା ଜଣାପଡ଼ିଛି।
ତେବେ ତେଲେଙ୍ଗାନା ପୋଲିସ ସହାୟତାରେ ଓଡିଶା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ତାକୁ ଧରିବାକୁ ସକ୍ଷମ ହୋଇଛି ବୋଲିି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ତେବେ ହାଇଦରକୁ ଖୁବ ଶୀଘ୍ର ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରାଯିବ ।
More Stories
୧୦ ଦ୍ଵୀପରେ ଉଡ଼ିବ ତ୍ରିରଙ୍ଗା…..
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହରସାଲ୍…..
କମିବାର ନାଁ ନେଉନାହିଁ ଝାଡାବାନ୍ତି : ୮୮ ଆକ୍ରାନ୍ତ…..